ଶ୍ରୀଲଙ୍କାରେ ବର୍ଷା ତାଣ୍ଡବ, ବିଭିନ୍ନ ସ୍ଥାନରେ ୬ମୃତ, ବନ୍ୟାରେ ବିପଦଜନକ ହେଲା ଭୂ-ସ୍ଖଳନ

Published By : Prameya-News7 Bureau | November 09, 2021 IST

କଲମ୍ବୋ ୯।୧୧: ଦକ୍ଷିଣ ଭାରତୀୟ ରାଜ୍ୟ ସମେତ ଶ୍ରୀଲଙ୍କାରେ ବର୍ଷା ତାଣ୍ଡବ ରଚିଛି। ବର୍ଷା ସାଙ୍ଗକୁ ବତାସ ବିଭିନ୍ନ ସ୍ଥାନରେ ଘରଦ୍ୱାର ଭାଙ୍ଗିଥିବା ବେଳେ ବନ୍ୟା ଓ ଭୂ-ସ୍ଖଳନ ଯୋଗୁ ଏପର୍ଯ୍ୟନ୍ତ ୬ ଜଣଙ୍କ ମୃତ୍ୟୁ ହୋଇଛି। ଏହି ସୂଚନା ଶ୍ରୀଲଙ୍କା ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର (ଡିଏମସି) ଦେଇଛନ୍ତି। ଦ୍ୱୀପ ଦେଶର ୧୩ଟି ଜିଲ୍ଲା ବର୍ଷା ଯୋଗୁ ଗୁରୁତର ପ୍ରଭାବିତ ହୋଇଛି। ତଳିଆ ଅଞ୍ଚଳରେ ରହୁଥିବା ୮୯୧ ଜଣ ଲୋକେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହୋଇଛନ୍ତି।

{"id":541266,"width":840,"height":471,"sizeSlug":"full","linkDestination":"none"}

ଡିଏମସିଙ୍କ ସୂଚନା ଅନୁସାରେ ରାଜଧାନୀ କଲମ୍ବୋ ସମେତ ୧୦ ଜିଲ୍ଲାରେ ବର୍ଷା ଲାଗି ଭୂ-ସ୍ଖଳନ ସତର୍କତା ଜାରି ହୋଇଛି। ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲି ଯିବାକୁ ସରକାର ପରାମର୍ଶ ଦେଇଛନ୍ତି। ପାଣିପାଗ ବିଭାଗ ଆଗାମୀ ଦିନରେ ମଧ୍ୟ ଦେଶର ବିଭିନ୍ନ କ୍ଷେତ୍ରରେ ବର୍ଷା ଜାରି ରହିବ ବୋଲି ସତର୍କ କରାଇଛନ୍ତି। ଏଣୁ ତଳିଆ ଅଞ୍ଚଳ ଲାଗି ବନ୍ୟା ନୂଆ ବିପଦ ଭାବେ ଏବେ ଉଭା ହୋଇଛି।

{"id":541267,"sizeSlug":"full","linkDestination":"none"}

ପରିସ୍ଥିତିକୁ ଦୃଷ୍ଟିରେ ରଖି ଶ୍ରୀଲଙ୍କା ସରକାର ନୌସେନା ସହାୟତା ନେଇଛନ୍ତି। ଏଥିରେ ପାଣିପାଗ ଯୋଗୁ ଉପୁଜିଥିବା ବିପର୍ଯ୍ୟୟରେ ରିଲିଫ ଓ ଉଦ୍ଧାର ପରିଚାଳନା ନିମନ୍ତେ ନୌସେନା ମୁତୟନ ହୋଇଛନ୍ତି। ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ପହଞ୍ଚା ଯିବା ସହ ରିଲିଫ ବିତରଣ କରାଯାଉଥିବା ଡିଏମସି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.