Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଲଘୁଚାପ ପ୍ରଭାବରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୧୪ ଯାଏଁ ଛେଚିବ

11/09/2021 at 7:54 AM

ଭୁବନେଶ୍ୱର, ୧୧।୦୯ : ଏବେ ଯାଇଥିବା ଲଘୁଚାପଠାରୁ ଅଧିକ ପ୍ରଭାବଶାଳୀ ରହିବ ଏଥରର ଲଘୁଚାପ । କେନ୍ଦ୍ରୀୟ ବଙ୍ଗୋପସାଗରରେ ଶନିବାର ଲଘୁଚାପ ସୃଷ୍ଟି ହେବା ପରେ ଘନୀଭୂତ ହୋଇ ପରବର୍ତ୍ତୀ ୪୮ ଘଣ୍ଟା ଭିତରେ ଅବପାତ (ଡିପ୍ରେସନ୍‌) ରୂପ ନେବ । ଏହା ପ୍ରଭାବରେ ରବିବାରଠାରୁ ରାଜ୍ୟରେ ବର୍ଷା ବଢ଼ିଯିବ । ଆସନ୍ତା ୧୪ ତାରିଖ ଯାଏ ବର୍ଷା ଲାଗି ରହିବ । ସୋମବାର ଓ ମଙ୍ଗଳବାର ପ୍ରବଳରୁ ପ୍ରବଳତର ବର୍ଷା ହେବ । ଏଭଳି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ।

ଏହି ପୂର୍ବାନୁମାନ କହୁଛି, ଶନିବାର (୧୧ ତାରିଖ) ରାଜ୍ୟର ଅନେକ ଜାଗାରେ ବର୍ଷା ସମ୍ଭାବନା ହେବ । ଗଜପତି, ଗଞ୍ଜାମ, ମାଲକାନଗିରି, କୋରାପୁଟ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ ।   ରବିବାର (୧୨ ତାରିଖ) ଅଧିକାଂଶ ଅଂଚଳରେ ବର୍ଷା ସମ୍ଭାବନା ଅଛି । ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଗଞ୍ଜାମ, ନୟାଗଡ଼, ଭଦ୍ରକ ଓ ଯାଜପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ପ୍ରବଳତର ବର୍ଷା ଆଶଙ୍କା ଅଛି । ଏହି ୯ ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।ଲଗାଣ ବର୍ଷାରେ ଏସବୁ ଜିଲ୍ଲାର ତଳିଆ ଅଞ୍ଚଳରେ ପାଣି ପଶିବା ସହ ଭୂତଳ ରାସ୍ତା ଜଳମଗ୍ନ ହୋଇପାରେ । ଏହି ବର୍ଷା ଚାଷ ପାଇଁ ଭଲ ହେବ । ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ବାଲେଶ୍ୱର, ଢେଙ୍କାନାଳ, ନବରଙ୍ଗପୁର, କଳାହାଣ୍ଡି, ଅନୁଗୁଳ, ବୌଦ୍ଧ, କନ୍ଧମାଳ ଜିଲ୍ଲାରେ ଗୋଟିଏ ଦୁଇଟି ଅଞ୍ଚଳରେ ପ୍ରବଳ ବର୍ଷା ଆଶଙ୍କା ଅଛି ।

ସୋମବାର (୧୩ ତାରିଖ) ଅଧିକାଂଶ ସ୍ଥାନରେ ବର୍ଷା ଢାଳିବ । ବଲାଙ୍ଗିର, ସୋନପୁର, ବୌଦ୍ଧ, ଅନୁଗୁଳ, ସମ୍ବଲପୁର, ବରଗଡ଼, ଦେବଗଡ଼ ଜିଲ୍ଲାରେ ପ୍ରବଳରୁ ପ୍ରବଳତର ବର୍ଷା ଆଶଙ୍କା ରହିଛି । ଏମିତିକି କେତେକ ଜାଗାରେ ଅତି ପ୍ରବଳ ବର୍ଷା ହୋଇପାରେ । ଏହି ୭ ଜିଲ୍ଲା ପାଇଁ ଅରେଞ୍ଜ୍‌ ୱାର୍ଣ୍ଣିଂ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ପ୍ରବଳ ବର୍ଷା ନେଇ ସତର୍କତା ପଦକ୍ଷେପ ନେବାକୁ କୁହାଯାଇଛି । ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, କଟକ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ ସୋମବାର ।

ମଙ୍ଗଳବାର ବର୍ଷା ପ୍ରକୋପ ସାମାନ୍ୟ କମିବ । ତଥାପି ରାଜ୍ୟର ଅନେକ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ଏ ବର୍ଷ ରାଜ୍ୟରେ ମୌସୁମୀ ବର୍ଷା ନିଅଣ୍ଟିଆ ରହିଛି । ଗତ ଲଘୁଚାପ ବର୍ଷା ପରେ କେତେକ ଜିଲ୍ଲାରେ ବର୍ଷା ଅଭାବଜନିତ ସ୍ଥିତି ଦୂର ହୋଇଛି । ସମ୍ଭାବ୍ୟ ଲଘୁଚାପ ବର୍ଷା ପରେ ପୁଣି ୧୮ ତାରିଖବେଳକୁ ଆଉ ଏକ ଲଘୁଚାପ ହୋଇପାରେ । ତେବେ ଅଗଷ୍ଟ ଶେଷ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଅଭାବଜନିତ ସ୍ଥିତି ଗୁରୁତର ଥିବାରୁ ଚାଷ କାର୍ଯ୍ୟ ବହୁ ବିଳମ୍ବିତ ହୋଇଛି । ଏବେ ବି ରାଜ୍ୟରେ ୨୭% କମ୍‌ ବର୍ଷିଛି ମୌସୁମୀ ।

   Related Posts