Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା

8/05/2021 at 7:39 AM

ଭୁବନେଶ୍ୱର, ୦୮।୦୫:ତାତି କମିଛି । ରାଜ୍ୟରେ ତାତି ପ୍ରକୋପ ଅପେକ୍ଷାକୃତ କମ୍‌ ଅଛି । ବିଭିନ୍ନ ସ୍ଥାନରେ କାଳବୈଶାଖୀ ଯୋଗୁ ପାରଦ ବେଶି ଉପରମୁହାଁ ହୋଇପାରୁନି । ଶୁକ୍ରବାର ରାଜ୍ୟର ଅନେକ ଜାଗାରେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା ହୋଇଛି ।

ପାଣିପାଗ ବିଭାଗର କହିବାନୁସାରେ, ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ଜାରି ରହିବ । ଶନିବାର ଅଧା ଓଡ଼ିଶାରେ (୧୫ ଜିଲ୍ଲାରେ) କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା ଏବଂ ୪୦ରୁ ୫୦ କିମି ବେଗରେ ପବନ ବହିପାରେ । କେତେକ ଜାଗାରେ କୁଆପଥର ମାଡ଼ ହେବା ଆଶଙ୍କା ରହିଛି । ତେଣୁ ଜିଲ୍ଲା ପ୍ରଶାସନକୁ ସତର୍କ କରାଇଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ କାର୍ଯ୍ୟାଳୟ ।

ପାଣିପାଗ ବିଭାଗର ପୂର୍ବାନୁମାନ ହେଲା, ଶନିବାର ଉତ୍ତର ଓଡ଼ିଶା ଓ ଦକ୍ଷିଣ ଉପକୂଳ ଅଞ୍ଚଳର ଅଳ୍ପ କେତେକ ସ୍ଥାନ ସମେତ ଦକ୍ଷିଣ ଆଭ୍ୟନ୍ତରୀଣ ଅଞ୍ଚଳରେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ଦେବଗଡ଼, କଟକ, ଭଦ୍ରକ, ବାଲେଶ୍ୱର, ନୟାଗଡ଼, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା ଓ କୋରାପୁଟରେ କାଳବୈଶାଖୀ ପ୍ରଭାବରେ ଧୂଳିଝଡ଼, ୪୦ରୁ ୫୦ କିମି ବେଗରେ ପବନ ସହ ବଜ୍ରପାତ ଆଶଙ୍କା ଅଛି । କେନ୍ଦୁଝର, ମୟୂରଭଞ୍ଜ ଓ ଯାଜପୁରରେ କୁଆପଥର ମାଡ଼ ହୋଇପାରେ । ଏଥିପାଇଁ ସତର୍କତା ପଦକ୍ଷେପ ନେବା ସହ ଲୋକଙ୍କୁ ସତର୍କ କରାଇବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନର । ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ଆଶଙ୍କା ବେଶି ଥିବାରୁ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ କୁହାଯାଇଛି । ୧୧ରୁ ରାଜ୍ୟରେ ପୁଣି ଉପରମୁହାଁ ହେବ ପାରଦ । ତାପମାତ୍ରା ବଢ଼ିବା ସହ ଗରମ ପ୍ରକୋପ ବଢ଼ିଯିବ ।

ଶୁକ୍ରବାର ରାଜ୍ୟରରେ ସର୍ବାଧିକ ତାତି ଅନୁଭୂତ ହୋଇଥିଲା ସୋନପୁରରେ । ପାରଦ ୪୦.୮ ଡିଗ୍ରୀ ସେଲସିୟସ୍‌ ଥିଲା । ଏହାବାଦ୍‌ ଟିଟିଲାଗଡ଼ ଓ ବୌଦ୍ଧରେ ମଧ୍ୟ ତାତି ୪୦ ଡିଗ୍ରୀ ଛୁଇଁଥିଲା । ଭୁବନେଶ୍ୱରରେ ପାରଦ ୩୯.୫ ଡିଗ୍ରୀ ଥିବାବେଳେ ବଲାଙ୍ଗିର ୩୯.୨ ରହିଥିଲା । ଅଧିକାଂଶ ସ୍ଥାନରେ ଅପରାହ୍ନରେ ପାଗ ବଦଳିଥିଲା । ଆକାଶ ମେଘାଚ୍ଛନ୍ନ ହେବା ସହ କେତେକ ଜାଗାରେ କାଳବୈଶାଖୀ ବର୍ଷା କରାଇଥିଲା ।

ଅପରାହ୍ନ ୫ଟା ସୁଦ୍ଧା ବଲାଙ୍ଗିରରେ ୨୫ ମିଲିମିଟର, ଅନୁଗୁଳରେ ୨୦ ମିମି ବର୍ଷା ଢାଳିଥିଲା । ଏହାବାଦ ବାଲେଶ୍ୱର, ବାରିପଦା, କଟକ, ଝାରସୁଗୁଡ଼ା, କେନ୍ଦୁଝର, ଭବାନୀପାଟଣା, ଫୁଲବାଣୀ, କୋରାପୁଟ, ସୋନପୁର ଓ ନୟାଗଡ଼ରେ ଅସରାଏ କିମ୍ବା ହାଲୁକା ବର୍ଷା ହୋଇଥିଲା । ବର୍ଷା ଯୋଗୁ ସନ୍ଧ୍ୟାରେ ଗରମ କମିଥିଲା ।

   Related Posts