Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା, ୩ ଦିନ ଯାଏଁ ଛେଚିବ

12/07/2021 at 7:40 AM

ଭୁବନେଶ୍ୱର,୧୨/୦୭: ପଶ୍ଚିମ କେନ୍ଦ୍ରୀୟ ଓ ପାଶ୍ୱର୍ବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋପସାଗରର ଉତ୍ତର ଆନ୍ଧ୍ର ଏବଂ ଦକ୍ଷିଣ ଓଡ଼ିଶା ଉପକୂଳରେ ଲଘୁଚାପ ସୃଷ୍ଟି ହୋଇଛି । ଏହା ପ୍ରଭାବରେ ରାଜ୍ୟର ବିସ୍ତୃତ ଅଞ୍ଚଳରେ ବର୍ଷା ସମ୍ଭାବନା କମ୍‌ । ଏବେ ଲଗାଣ କିମ୍ବା ବଡ଼ ବର୍ଷା ହେବା ସମ୍ଭାବନା କ୍ଷୀଣ । ମୁଖ୍ୟତଃ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବ । କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ଆସନ୍ତା ୩ ଦିନ ଭିତରେ । ମାତ୍ର ଏଥିରେ ବର୍ଷା ନିଅଣ୍ଟିଆ ସ୍ଥିତି ଦୂର ହେବ ନାହିଁ । ୨୦ ତାରିଖ ପୂର୍ବରୁ ରାଜ୍ୟରେ ଭଲ ବର୍ଷା ସମ୍ଭାବନା କମ୍‌ ।

ପାଣିପାଗ ବିଭାଗ କହିଛି, ୧୨ ତାରିଖ (ସୋମବାର) ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନ ଓ ଉତ୍ତର ଉପକୂଳରେ ବର୍ଷା ସମ୍ଭାବନା ଅଛି । କୋରାପୁଟ, ମାଲକାନଗିରି, ରାୟଗଡ଼ା, କଳାହାଣ୍ଡି ଓ ନବରଙ୍ଗପୁରରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ । ୧୩ ଓ ୧୪ରେ ବି ଏଭଳି ବର୍ଷା ସମ୍ଭାବନା ଅଛି । ତେଣୁ ଆଶାନୁଯାୟୀ ବର୍ଷା ସମ୍ଭାବନା କମ୍‌ ।

କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଆସନ୍ତା ୩/୪ ଦିନରେ ରାଜ୍ୟରେ କିଛି ବର୍ଷା ହେବ । ୧୫ ତାରିଖ ପରେ ବର୍ଷା କମିଯିବ । ୨୦ ତାରିଖ ପୂର୍ବରୁ ରାଜ୍ୟରେ ଭଲ ବର୍ଷା ସମ୍ଭାବନା କମ୍‌ ।

ଆକଳନ କରାଯାଉଛି, ବିଶାଖାପାଟଣା ପାଖରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ମହାରାଷ୍ଟ୍ର ଆଡ଼କୁ ଗତି କରିବ । ଫଳରେ ଆନ୍ଧ୍ର, ତେଲେଙ୍ଗାନା, ମହାରାଷ୍ଟ୍ରରେ ପ୍ରବଳ ବର୍ଷା ହେବ । ହେଲେ ଓଡ଼ିଶାର ସୀମିତ ଅଞ୍ଚଳରେ ଏହାର ପ୍ରଭାବ ରହିବ । ସମସ୍ତ ଉପକୂଳ ଜିଲ୍ଲା ସହ ଗଜପତି, ମାଲକାନଗିରି, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼ରେ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସହ ୧୯ ତାରିଖ ପର୍ଯ୍ୟନ୍ତ ସମୁଦାୟ ୬୦ରୁ ୭୦ ମିମି ବର୍ଷା ହୋଇପାରେ । କେନ୍ଦ୍ରୀୟ ଓ ପଶ୍ଚିମ ଓଡ଼ିଶାରେ ହାଲୁକାରୁ ସ୍ୱଳ୍ପ ବିକ୍ଷିପ୍ତ ବର୍ଷା ହେବ । ହାରାହାରି ୪୦ ମିମି ବର୍ଷା ହୋଇପାରେ । ଆସନ୍ତା ୧୦ ଦିନରେ ବର୍ଷା ପରିମାଣ ୫୦ଣୁ ୬୦% ନିଅଣ୍ଟିଆ ରହିପାରେ ।

ରାଜ୍ୟ ସରକାରଙ୍କ ତଥ୍ୟରୁ ଜଣାପଡ଼ିଛି, ଜୁଲାଇ ମାସରେ ୧୧ ତାରିଖ ସୁଦ୍ଧା ସ୍ୱାଭାବିକ ବର୍ଷା ୧୨୪ ମିମି ରହିଥିବାବେଳେ ୭୩ ମିମି ବର୍ଷା ରେକର୍ଡ ହୋଇଛି । ଏହା ୪୧.୨% କମ୍‌ । ଜୁନ ୧ରୁ ଆଜି ସୁଦ୍ଧା ରାଜ୍ୟରେ ଯେତିକି ବର୍ଷା ହେବା କଥା, ତା’ଠାରୁ ୨୪.୩% କମ୍‌ ବର୍ଷା ହୋଇଛି । ୧୯ ଜିଲ୍ଲାରେ ବର୍ଷା ନିଅଣ୍ଟିଆ ରହିଛି । ୧୧ ଜିଲ୍ଲାରେ ବର୍ଷା ସ୍ୱାଭାବିକ ଅଛି । ଭଦ୍ରକ ସ୍ଥିତି ସବୁଠୁ ସଙ୍ଗୀନ । ଏଠାରେ ୬୨% ବର୍ଷା ଅଭାବ ରହିଛି ।

ଅନୁମାନ କରାଯାଉଛି, ଜୁଲାଇ ୨୦ ତାରିଖବେଳକୁ ପଶ୍ଚିମା ପବନ ପରିବର୍ତ୍ତେ ରାଜ୍ୟକୁ ପୂର୍ବା ପବନ ବହିବ । ଜୁଲାଇ ୩ୟ ସପ୍ତାହରେ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ପାଇଁ ବାତାବରଣ ଅନୁକୂଳ ରହିବ । ଏହି ସମ୍ଭାବ୍ୟ ଲଘୁଚାପ ରାଜ୍ୟରେ ଭଲ ବର୍ଷା କରାଇବା ସମ୍ଭାବନା ଅଛି । ବର୍ତ୍ତମାନ ବୁଣାବୁଣି ସାରି ଧାନ ରୁଆ ବେଉଷା ସମୟ । କିନ୍ତୁ, ବର୍ଷା ଅଭାବରୁ ଚାଷ କାମ ଧିମେଇଛି । ତୃତୀୟ ସପ୍ତାହରେ ତଳି ସଂଗ୍ରହ କରନ୍ତୁ । ନୂଆ ତଳି ପକାଇବାକୁ ହେଲେ ମଧ୍ୟମ କିସମ ଚୟନ କରିବାକୁ ଡକ୍ଟର ପଶୁପାଳକ ପରାମର୍ଶ ଦେଇଛନ୍ତି ।

   Related Posts