ତାତିରୁ ମିଳିବ ତ୍ରାହି : ଉପକୂଳ ଓ ଉତ୍ତର ଓଡିଶାରେ ବର୍ଷା

Published By : Prameya-News7 Bureau | April 19, 2019 IST

ଭୁବନେଶ୍ବର ୧୯|୪: ରାଜ୍ୟରେ ଗୁରୁବାର ତାପମାତ୍ରା ସାମାନ୍ୟ କମିଥିଲା । ହେଲେ ଗରମ ଓ ଗୁଳୁଗୁଳି ଅନୁଭୁତ ହୋଇଥିଲା । ହେଲେ ଆଜି ତାତିରୁ ମିଳିବ ତ୍ରାହି । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା । ବିଶେଷ କରି ଉପକୂଳ ଓ ଉତ୍ତର ଓଡିଶାରେ ହେବ ବର୍ଷା ହେବାର ସମ୍ଭାବନା ରହିଛି । କେନ୍ଦୁଝର, ମୟୁରଭଞ୍ଜ ଓ ଢେଙ୍କାନାଳର ବିଭିନ୍ନ ସ୍ଥାନରେ ପବନ ସହ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର ପକ୍ଷରୁ କୁହାଯାଇଛି ।

ଦକ୍ଷିଣ ଛତିଶଗଡ ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ସୃଷ୍ଟି ହୋଇଛି । ଆସନ୍ତା ୨୨ ଯାଏଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ଜାରି ରହିବ ବୋଲି ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ ସୂଚନା । ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡିଶାରେ ୨ରୁ ୩ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.