ଚାଷୀଙ୍କୁ ଦାଉ ସାଧିଲା ଅଦିନିଆ ବର୍ଷା - ବିଲରେ ଓ ମଣ୍ଡିରେ ଭିଜିଗଲା ବର୍ଷକର ପରିଶ୍ରମ

Published By : Prameya-News7 Bureau | January 04, 2020 IST

ସୁବର୍ଣ୍ଣପୁର ୦୪।୦୧ -  ଚାଷୀଙ୍କୁ ଦାଉ ସାଧିଲା ଅଦିନିଆ ବର୍ଷା ।ବିଲରେ ଓ ମଣ୍ଡିରେ ଭିଜିଗଲା ବର୍ଷକର ପରିଶ୍ରମ । ସୁବର୍ଣ୍ଣପୁର ଏବଂ ମାଲକାନାଗିରି ଜିଲ୍ଲାରେ ବ୍ୟାପକ ଫସଲହାନୀ ହେ।ଇଥିବା ବେଳେ ଉଜୁଡା କ୍ଷେତକୁ ଦେଖି ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ ।

{"id":206766,"sizeSlug":"large"}

ଚାଷୀ ମୁଣ୍ଡରେ ବର୍ଷା ଚଡକ । ବିଲ ଓ ମଣ୍ଡିରେ ବତୁରିଲା ଅମଳ ଧାନ । ଅଦିନିଆ ବର୍ଷା ଯେ।ଗୁଁ ସୁବର୍ଣ୍ଣପୁର ଜିଲ୍ଲାରେ ବ୍ୟାପକ ଫସଲହାନୀ ହେ।ଇଛି ।ଚଳିତ ବର୍ଷ ବିଳମ୍ବରେ ଚାଷ ଆରମ୍ଭ ହେ।ଇଥିବାରୁ ଅମଳ ବି ଡେରି ହେ।ଇଛି । ତେଣୁ କିଛି ଚାଷୀ ଏଯାଏ ଖଳାକୁ ଧାନ ଆଣିପାରିନଥିଲେ । ସେପଟେ ମଣ୍ଡିରେ ପଡିରହିଛି ହଜାର ହଜାର  କୁଇଣ୍ଟାଲ ଧାନ  ।ଶୀତ କାକର ବର୍ଷାରେ ଭିଜୁଛି କଷ୍ଟ ଉତ୍ପାଦିତ ଫସଲ । ଖରା ବର୍ଷା ସହି ମୁଣ୍ଡ ଝାଳ ତୁଣ୍ଡରେ ମାରି ଅମଳ କରିଥିବା ଧାନ ଠିକ ସମୟରେ ବିକ୍ରି ହେ।ଇପାରିନଥିବାରୁ ଦୁର୍ଦଶା ଭେ।ଗୁଛନ୍ତି ଚାଷୀ ।ବୀରମହାରାଜପୁର ବ୍ଲକର ଉଫୁଲା,ଧର୍ମଶାଳା ଓ ହିଲୁଙ୍ଗ  ମଣ୍ଡିରେ ୭ ଦିନହେବ ଚାଷୀ ଧାନବସ୍ତାକୁ ଜଗିବସିଥିବା ବେଳେ ଧାନ କିଣା ହେ।ଇନଥିବା ଅଭିଯେ।ଗ କରିଛନ୍ତି । ଆଉ ଏବେ ଭିଜା ଧାନକୁ କେମିତି ବିକିବେ ସେଇ ଚିନ୍ତା ଘାରୁଛି ।

{"id":206767,"sizeSlug":"large"}

ଜିଲ୍ଲାରେ ଚଳିତ ବର୍ଷ ନଭେମ୍ବର ୧୫ ତାରିଖରୁ ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇଛି  । ଏଥିରେ ୬୪ଟି କୃଷି ସେବା ସମବାୟ ସମିତି ଓ ୧୪ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ୩୦ ଲକ୍ଷ ୮୨ ହଜାର କ୍ବିଣ୍ଟାଲ ଧାନ କିଣିବା ପାଇଁ ଲକ୍ଷ ଧାର୍ଯ୍ୟ କରାଯାଇଛି ।ହେଲେ ଟୋକନ ଅବବ୍ୟସ୍ଥା ଯୋଗୁଁ ଧାର୍ଯ୍ୟ ଲକ୍ଷ ଠାରୁ ବହୁତ ଦୂରରେ ଧାନ କିଣା ।ସେପେଟ ମଣ୍ଡିରେ ଚାଷୀଙ୍କ ଧାନକୁ ସୁରକ୍ଷିତ ରଖିବା ପାଇଁ ପର୍ଯ୍ୟାପ୍ତ ପରିମାଣରେ ପଲିଥିନ ମଧ୍ୟ ଯୋଗାଇ ଦିଆଯାଉ ନାହିଁ  ।ଫଳରେ ବର୍ଷକର ଫସଲ ଉଜୁଡିଯିବା ଆଶଙ୍କା ଦେଖାଦେଇଛି । ଅନ୍ୟପଟେ ସରକାରଙ୍କ ବିଧିବ୍ୟବସ୍ଥା ଅନୁସାରେ କ୍ଷତି ପୂରଣ ଦିଆଯିବ ବୋଲି କହିଛନ୍ତି ଜିଲ୍ଲା ଉପ-କୃଷି ନିର୍ଦ୍ଦେଶକ  ।

{"id":206768,"sizeSlug":"large"}

କୋହଲା ପାଗ ସାଙ୍ଗକୁ ଝିପି ଝିପି ବର୍ଷା ଚାଷୀଙ୍କ ଚିନ୍ତା ବଢାଇ ଦେଇଛି । ଜିଲ୍ଲାର ଅଧିକାଂଶ ମଣ୍ଡିରେ ଶହ ଶହ କୁଇଣ୍ଟାଲ ଧାନ ବସ୍ତା ପଡିରହିଛି । ଚାଷୀ ମାନେ ଏଯାଏ ଟୋକେନ ପାଇ ନଥିବା ବେଳେ ଅଧା ଚାଷୀଙ୍କ ଧାନ ବିକ୍ରି ହୋଇ ପାରିନାହିଁ । ଏପଟେ ଲଗାଣ ବର୍ଷାରେ ଧାନ ଗଜା ମାରିବା ସମ୍ଭାବନା ଦେଖାଦେଇଛି । ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ଚାଷୀ

{"id":206769,"sizeSlug":"large"}

ଗେ।ଟେ ପଟେ ପ୍ରଶାସନିକ ଅବହେଳା ତା ସାଙ୍ଗକୁ ପ୍ରକୃତିର ତାଡନାରେ ଅତିଷ୍ଠ ହେ।ଇପଡିଲେଣି ଚାଷୀ । ତୁରନ୍ତ ମଣ୍ଡିରୁ ଧାନ ଉଠାନଗଲେ ଆନ୍ଦେ।ଳନାତ୍ମକ ପନ୍ଥା ଆପଣାଇବାକୁ ଚେତାବନୀ ଦେଇଛନ୍ତି ଚାଷୀ ।

{"id":206770,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.