ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍‌ ଫାଇନାଲ : ଚତୁର୍ଥ ଦିନରେ ପ୍ରବଳ ବର୍ଷା, ଡେରିରେ ଆରମ୍ଭ ହୋଇପାରେ ଖେଳ

Published By : Prameya-News7 Bureau | June 21, 2021 IST

ସାଉଥଆମ୍ପଟନ୍ ୨୧/ ୦୬ : ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଜାରି ରହିଥିବା ବିଶ୍ବ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ମ୍ୟାଚରେ ବର୍ଷା ସାଜିଛି ବାଧକ । ବର୍ଷା ଯୋଗୁଁ ପ୍ରଥମ ଦିନ ମ୍ୟାଚ୍ ଧୋଇ ହୋଇଯାଇଥିବା ବେଳେ ଚତୁର୍ଥ ଦିନ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଛି । ଇଂଲଣ୍ଡର ସାଉଥଆମ୍ପଟନରେ ପ୍ରବଳ ବର୍ଷା ଯୋଗୁଁ ଚୁତର୍ଥ ଦିନ ଖେଳ ଆରମ୍ଭ ହୋଇପାରୁନାହିଁ । ବର୍ଷା ଜାରି ରହିଥିବାରୁ ଚତୁର୍ଥ ଦିନ ଖେଳ ହେବା ମୁସ୍କିଲ ହୋଇପଡିଛି ।

wp:embed {"url":"https://twitter.com/ICC/status/1406908271299026947","type":"rich","providerNameSlug":"twitter","responsive":true,"className":""}
https://twitter.com/ICC/status/1406908271299026947
/wp:embed

ପ୍ରଥମ ଦିନ ବର୍ଷା ଯୋଗୁଁ ଟସ୍ ମଧ୍ୟ ପଡିପାରିନଥିଲା । ଦ୍ବିତୀୟ ଦିନ କିନ୍ତୁ ପାଗ ଭଲ ରହିଥିଲା । ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ । ଭାରତୀୟ ଦଳ ପ୍ରଥମ ଇନିଂସରେ ବଡ ସ୍କୋର କରିବାକୁ ସକ୍ଷମ ହୋଇପାରିନଥିଲେ । ପ୍ରଥମ ଇନିଂସରେ ମାତ୍ର ୨୧୭ ରନ କରିବାକୁ ସକ୍ଷମ ହୋଇଥିଲା ଭାରତୀୟ ଦଳ । ଜବାବ​‌ରେ ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ୨ ଓ୍ବିକେଟ ହରାଇ ୧୦୧ ରନ କରିଛି ନ୍ୟୁଜିଲାଣ୍ଡ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.