ଭୁବନେଶ୍ବର ୨୮|୧: କିଛି ଦିନର ବ୍ୟବଧାନରେ ରାଜ୍ୟରେ ବଦଳିଛି ପାଗ । ସପ୍ତାହ ପରେ ଲେଉଟିଛି ଶୀତ । ଦକ୍ଷିଣ ଉତ୍ତରପ୍ରେଦେଶରୁ ଦକ୍ଷିଣ ଛତିଶଗଡ଼ ଉପରେ ଏକ ଟ୍ରପ୍ ଲାଇନ୍ ରହିଛି । ଏହାର ପ୍ରଭାବରେ ସାରା ରାଜ୍ୟରେ କୁହୁଡିଆ ପାଗ ରହିଛି । ପଶ୍ଚିମ ଓଡ଼ିଶାରେ ହାଲକା ବର୍ଷା ଲାଗି ରହିଛି । ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଓଡ଼ିଶାରେ ହାଲକା ବର୍ଷା ଲାଗି ରହିବ। ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନ ସମେତ ଦକ୍ଷିଣ ଓଡ଼ିଶା, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହୋଇପାରେ।
{"id":77108}ଏହାବ୍ୟତୀତ ରାଜ୍ୟର ସମସ୍ତ ଅଞ୍ଚଳରେ ପାଗ ଶୁଖିଲା ରହିବ। ଉପକୂଳ ଓଡ଼ିଶାରେ କୋହଲା ପାଗ ଲାଗି ରହିବ। ଦିନରେ ସୂର୍ଯ୍ୟଙ୍କ ଉତ୍ତାପ କମ୍ ରହିବା ହେତୁ ଥଣ୍ଡା ଅନୁଭୂତ ହେବ। କେନ୍ଦୁଝର ସମେତ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ହାଲକା କୁହୁଡ଼ି ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ସେହିପରି ଆସନ୍ତାକାଲିଠୁ ଓଡ଼ିଶାକୁ ଶୀତ ଫେରିବ। ତାପମାତ୍ରା ପୁଣିଥରେ ଖସିବ। ଅଧିକାଂଶ ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳକୁ ଖସି ଆସିବ । ଫୁଲବାଣୀ, ଅନୁଗୋଳ, ଦାରିଙ୍ଗବାଡ଼ି, ସୁନ୍ଦରଗଡ଼ ଜିଲ୍ଲା ଥଣ୍ଡାର ପ୍ରଭାବ ଅଧିକ ରହିବ ।