Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ଥଣ୍ଡା ଭିତରେ ଭିଜାଇବ ବର୍ଷା ; ଓଡିଶା ଉପରେ ଟ୍ରପ୍ ଲାଇନ୍, ଦକ୍ଷିଣ ଓଡିଶାରେ ବର୍ଷା

27/12/2018 at 10:18 AM

ଭୁବନେଶ୍ବର ୨୭|୧୨:  ଥଣ୍ଡା ଭିତରେ ଭିଜାଇବ ବର୍ଷା । ଆଜି ଦକ୍ଷିଣ ଓଡିଶାରେ ବର୍ଷା ଆଶଙ୍କା ରହିଛି । ଓଡିଶା ଉପରେ ଟ୍ରପ୍ ଲାଇନ ସୃଷ୍ଟି ହୋଇଥିବାରୁ ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର ଓ କନ୍ଧମାଳ ଜିଲ୍ଲାର କେତେକ ସ୍ଥାନରେ ହାଲୁକା ବର୍ଷା ହେବ । ପଶ୍ଟିମ ଓଡିଶାର ଗୋଟିଏ ଦୁଇଟି ସ୍ଥାନରେ ବି ବର୍ଷା ହୋଇପାରେ । ୨୮ ତାରିଖ ମଧ୍ୟାହ୍ନ ପର୍ଯ୍ୟନ୍ତ ଏଭଳି ପାଗ ଲାଗିରହିବ । ଆଉ ଏହାପରେ ବଦଳିବ ଚିତ୍ର । ଥଣ୍ଡାର ପ୍ରକୋପ ପୁଣି ଥରେ ବଦଳିବ । ସର୍ବାଧିକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସି ଆସିବ । ପୂର୍ବରୁ ପଶ୍ଟିମ ହେଉ ଅଥବା ଉତ୍ତରରୁ ଦକ୍ଷିଣ ସମସ୍ତ ସ୍ଥାନରେ ପାରଦ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିବ । ଅସ୍ତବ୍ୟସ୍ତ କରିଦେଲା ଭଳି ଥଣ୍ଡା ହେବ । ଅଭ୍ୟନ୍ତରୀଣ ଓଡିଶାର ଗୋଟିଏ ଦୁଇଟି ସ୍ଥାନରେ ତୁଷାରପାତ ହେବା ଦାରିଙ୍ଗବାଡି ଓ ଫୁଲବାଣୀରେ ପାରଦ ସର୍ବନିମ୍ନ ସ୍ତରକୁ ଚାଲିଯିବ । ଉପକୂଳ ଓଡିଶାରେ ବି ସମାନ ଅବସ୍ଥା ସୃଷ୍ଟି ହେବ । କେତେକ ସ୍ଥାନରେ ରାତିରେ ପାରଦ ୮ ଡିଗ୍ରୀ ରହିବ । ପ୍ରବଳ ଥଣ୍ଡାକୁ ଦୃଷ୍ଟିରେ ରଖି ପ୍ରଶାସନକୁ ସଜାଗ ରହିବାକୁ କୁହାଯାଇଛି ।

   Related Posts