ଆସନ୍ତାକାଲିଠୁ ରାଜ୍ୟରେ ବଢିବ ବର୍ଷାର ପରିମାଣ

Published By : Prameya-News7 Bureau | August 21, 2019 IST

ଭୁବନେଶ୍ବର ୨୧|୮: ତାମିଲନାଡୁରୁ ଓଡିଶା ଦେଇ ଏକ ଟ୍ରପଲାଇନ୍ ରହିଛି । ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ୨୨ ଓ ୨୩ରେ ବର୍ଷାର ପରିମାଣ ବଢିବ । ଏହି ୨ ଦିନ ୪ ଜିଲ୍ଲା ମାଲକାନଗିରି, ରାୟଗଡା, କଳାହାଣ୍ଡି, ନବରଙ୍ଗପୁରକୁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶାର ଗୋଟିଏ ଓ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ଆଜି କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର, ପୁରୀ, କଟକ, ଢେଙ୍କାନାଳ, ଖୋର୍ଦ୍ଧା, ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଚାନ୍ଦବାଲିରେ ସର୍ବାଧିକ ୮୯ ମିମି ବର୍ଷା ରେକର୍ଡ କରାଯାଇଛି । ବର୍ତ୍ତମାନ ସୁଦ୍ଧା ସାରା ରାଜ୍ୟରେ ଆବଶ୍ୟକତାଠାରୁ ୨ ପ୍ରତିଶତ କମ୍ ବର୍ଷା ହୋଇଛି । ଅଗଷ୍ଟ ମାସରେ ଆବଶ୍ୟକତାଠାରୁ ୩୮ ପ୍ରତିଶତ ଅଧିକ ବର୍ଷା ରେକର୍ଡ ହୋଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.