୨୪ ଘଣ୍ଟାରେ ୩୦ ଜିଲ୍ଲାରେ ବର୍ଷା: ଏସ୍‌ଆର୍‌ସି କହିଲେ 'ବ୍ରାହ୍ମଣୀ, ବୈତରଣୀ ଏବଂ ସୁବର୍ଣ୍ଣରେଖା ନଦୀରେରେ ବନ୍ୟା ଆଶଙ୍କା ଯୋଗୁଁ ନିଆଯିବ ପଦକ୍ଷେପ'

Published By : Prameya-News7 Bureau | August 27, 2020 IST

ଭୁବନେଶ୍ବର୨୭/୮:  ଗତ ୨୪ ଘଣ୍ଟାରେ ୩୦ ଜିଲ୍ଲାରର ବର୍ଷା ହୋଇଛି। ହାରାହାରି ୫୫ .୮ ମିଲିମିଟର ଓ ୬ ଜିଲ୍ଲାରେ ୧୦୦ ମିଲିମିଟର ବର୍ଷା ହୋଇଛି। ଝରସୁଗୁଡ଼ାରେ ସର୍ବାଧିକ ୧୭୭ ମିଲିମିଟର ବର୍ଷା ହୋଇଥିବା ବେଳେ ଦେଓଗଡ଼ ୧୨୮.୫,ସମ୍ବଲପୁର ୧୧୬.୭,ବୌଦ୍ଧ ୧୧୪,ଅନୁଗୁଳ ରେ ୧୦୭, ବର୍ଷ ରେକର୍ଡ କରାଯାଇଛି। ଆଉ ୯ ଜିଲ୍ଲାରେ ୫୦ ମିଲିମିଟର ବର୍ଷା ହୋଇଛି, କନ୍ଧମାଳ କେନ୍ଦୁଝର, ବରଗଡ଼, ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର,ବାଲେଶ୍ୱର, ମୟୂରଭଞ୍ଜ, ଢେଙ୍କାନାଳ ଓ କଳାହାଣ୍ଡିର ୫୦ ମିଲିମିଟରରୁ ଉର୍ଦ୍ଧ୍ବ ବର୍ଷା ହୋଇଛି। ତେଲକୋଇ ବ୍ଲକରେ  ସର୍ବାଧିକ ୨୧୫ ମିଲିମିଟର ବର୍ଷା ହୋଇଛି। ବ୍ରାହ୍ମଣୀ,ବୈତରଣୀ ଓ ସୁବର୍ଣ୍ଣରେଖା ଓ ତେଲ ନଦୀରେରେ ବନ୍ୟା ଆଶଙ୍କା, ସତର୍କତା ମୂଳକ ପଦକ୍ଷେପ ନିଆଯାଇଥିବା ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପ୍ରଦୀପ ଜେନା ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.