ଆହୁରି ବର୍ଷିବ ୧୨ ଘଣ୍ଟା : ୭ଟି ଜିଲ୍ଲା ପାଇଁ ଅରେଞ୍ଜ ଏବଂ ୮ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

Published By : Prameya-News7 Bureau | September 26, 2019 IST

ଭୁବନେଶ୍ବର ୨୬।୯: ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଲାଗି ରହିଛି ବର୍ଷା । ଆହୁରି ୧୨ ଘଣ୍ଟା ଲାଗି ରହିବ ବର୍ଷା । ବିଶେଷ କରି ଉପକୂଳ ଅଞ୍ଚଳରେ ଅଧିକ ବର୍ଷା ହେବ । ମୟୂରଭଂଜ, ବାଲେଶ୍ବର, କଟକ, ଖୋର୍ଦ୍ଧା, ପୁରୀ, ଭଦ୍ରକ, ଗଂଜାମ ୭ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

ସେହିପରି ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ନୟାଗଡ଼, କେନ୍ଦୁଝର, କନ୍ଧମାଳ, ବୌଦ୍ଧ, ଢେଙ୍କାନାଳ ଆଦି ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଗଜପତି, ବରଗଡ଼ରେ ମଧ୍ୟ ପ୍ରବଳ ବର୍ଷିବ ବୋଲି ପାଣିପାଗ ବିଭାଗ କହିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ବରରେ ସର୍ବାଧିକ ୧୪୧.୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସେହିପରି କଟକ ୧୧୪, ବାଲେଶ୍ବରରେ ୧୧୨.୨, ପୁରୀରେ ୯୯.୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।

ସେପଟେ ଆସନ୍ତା ୨୮ ବେଳକୁ ବଙ୍ଗୋପସାଗର ଉପରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ତେଣୁ ୨୯ରୁ ପୁଣି ବଢିବ ବର୍ଷାର ପରିମାଣ । ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ପ୍ରଭାବ ମୁଖ୍ୟତଃ ପୁରୀ, ଜଗତସିଂହପୁର, ବାଲେଶ୍ବର, ଭଦ୍ରକ, ଓ କେନ୍ଦ୍ରାପଡା ଜିଲ୍ଲା ଉପରେ ପଡିବ ବୋଲି ପାଣିପାଗ ବିଭାଗ କହିଛି । ଏହାଦ୍ବାରା ଅକ୍ଟୋବର ପ୍ରଥମ ସପ୍ତାହ ଯାଏଁ ବର୍ଷା ଲାଗିରହିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.