ଆଗାମୀ ୨୪ଘଣ୍ଟାରେ ରାଜ୍ୟରେ ବର୍ଷା
9/02/2019 at 8:24 AM

ଭୁବନେଶ୍ବର ୯|୨: ଆଗାମୀ ୨୪ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଉତ୍ତର, ଦକ୍ଷିଣ ସହ ଉପକୂଳ ଓଡିଶାରେ ବର୍ଷା ହେବା ସମ୍ଭାବନା ଆକଳନ କରିଛି ପାଣିପାଗ ବିଭାଗ । ଉତ୍ତର ଛତିଶଗଡରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଫଳରେ ମୟୁରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ ଏବଂ ଖୋର୍ଦ୍ଧାରେ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବର୍ଷା ପରେ ପୁଣି ଉପକୂଳ ଓଡିଶାରେ ଘନ କୁହୁଡି ଲାଗି ରହିବା ସମ୍ଭାବନା ରହିଛି ।
Related Posts
ତାମିଲନାଡୁରେ ଶହେ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା
6 January 2021