ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି ; ଆହୁରି ୨୪ ଘଣ୍ଟା ବର୍ଷିବ

Published By : Prameya-News7 Bureau | September 06, 2018 IST

ଭୁବନେଶ୍ବର  ୬|୯:  ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି ରହିଛି । ଆହୁରି ୨୪ ଘଣ୍ଟା ବର୍ଷିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।  ବିଶେଷ କରି ଉତ୍ତର ଓ ଦକ୍ଷିଣ ଓଡିଶାରେ ଅଧିକ ବର୍ଷା ହେଉଛି । ଆଜି ସନ୍ଧ୍ୟାଠାରୁ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷାର ପରିମାଣ ବଢିବ । ଆସନ୍ତାକାଲି ସନ୍ଧ୍ୟା ଯାଏଁ  ଲଘୁଚାପର ପ୍ରଭାବ ରହିବ । ସେପଟେ ବର୍ଷା ନେଇ ୧୭ ଜିଲ୍ଲାକୁ  ସତର୍କ କଲା ପାଣିପାଗ ବିଭାଗ । ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର, କଟକ, ଖୋର୍ଦ୍ଧା, ନୟାଗଡ, କେନ୍ଦୁଝର, ଅନୁଗୋଳ, ମୟୁରଭଞ୍ଜ, ଢେଙ୍କାନାଳରେ ପ୍ରବଳ ବର୍ଷା ସମ୍ଭାବନା ।  ସେହିପରି ପୁରୀ, ଗଞ୍ଜାମ, ଗଜପତି, କନ୍ଧମାଳ, ବଲାଙ୍ଗିରରେ ମଧ୍ୟମ ଧରଣର ବର୍ଷା ହୋଇପାରେ । ଏହିସବୁ ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା ଥିବାରୁ  ପୂର୍ବାହ୍ନ ୧୦.୩୦ ପର୍ଯ୍ୟନ୍ତ ସତର୍କ ରହିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ । ସମୁଦ୍ର ଅଶାନ୍ତ ଥିବାରୁ ମତ୍ସଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.