Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ବର୍ଷାରେ ଗୁଜରାଟ ବେହାଲ, ଜାମନଗରରେ ଓଭର ଫ୍ଲୋ ହେଉଛି ୧୮ ବନ୍ଧ, ୩୫ ଗାଁ ବାହ୍ୟ ଜଗତରୁ ବିଛିନ୍ନ

13/09/2021 at 8:05 PM

ରାଜକୋଟ ୧୩।୯: ଗୁଜରାଟର ଜାମନଗର ଓ ରାଜକୋଟରେ ବର୍ଷା ଶୋଚନୀୟ ପରିସ୍ଥିତି ସୃଷ୍ଟି କରିଛି।  ଜାମନଗରଜିଲ୍ଲାରେ ୩୫ଟି ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇପଡିଥିବା ବେଳେ ୧୮ଟି ନଦୀବନ୍ଧ ପ୍ରକଳ୍ପ ଏବେ ଓଭର ଫ୍ଲୋ ହେଉଛି। ଏଣୁ ଆହୁରି ଅନେକ ଗାଁକୁ ସତର୍କ କରାଯାଇଛି। ବର୍ଷାରେ ଗାଁ ସବୁ ଏବେ ଜଳବନ୍ଦୀ, ଲୋକେ ଘରର ଛାତ ଉପରେ ସହାୟତାକୁ ଚାହିଁ ରହିଛନ୍ତି।

ଲୋକଙ୍କ ଉଦ୍ଧାର ଲାଗି ଜାତୀୟ ଆପଦା ପ୍ରସମନ ବଳ(ଏନଡିଆରଏଫ)ଙ୍କୁ ମୁତୟନ କରାଯାଇଥିବା ବେଳେ ଏୟାରଫୋର୍ସ ବିମାନଙ୍କୁ ମଧ୍ୟ ରିଲିଫ ଓ ଉଦ୍ଧାର ପରିଚାଳନାରେ ନିୟୋଜିତ କରାଯାଇଛି। ଏଠାରେ ଅଧିକ ଏନଡିଆରଏଫ ଆବଶ୍ୟକ କରାଯାଉଥିବାରୁ ଦିଲ୍ଲୀ ଓ ପଞ୍ଜାବରୁ ୫ଟି ଏନଡିଆରଏଫ ଟିମ ପଠାଇବା ନିମନ୍ତେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କୁ କେନ୍ଦ୍ର ଗୃହମନ୍ତ୍ରୀ ଆଶ୍ୱସ୍ଥ କରିଥିବା ଜଣାପଡିଛି। 

ରାଜକୋଟ ମଧ୍ୟ ବର୍ଷାରେ ବେହାଲ। ଭୀଷଣ ବୃଷ୍ଚିପାତ ଯୋଗୁ ଜିଲ୍ଲାପାଳ ଦିନକ ଲାଗି ସୋମବାର ଶିକ୍ଷାନୁଷ୍ଠାନ ସବୁ ବନ୍ଦ ଘୋଷଣା କରିଛନ୍ତି। ଲାଗଣ ବର୍ଷା ଯୋଗୁ ବନ୍ୟା ଭଳିପରିସ୍ଥିତି ଉପୁଜିଥିବା ବେଳେ ୩ଟି ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇଥିବା ଜଣାପଡିଛି। ସୋମବାର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଉଦ୍ଧାର ଓ ରିଲିଫ ତ୍ୱରାନ୍ୱିତ କରିବା ଲାଗି ନିର୍ଦ୍ଦେଶ ଦେବା ପରେ ଲୋକଙ୍କ ଉଦ୍ଧାର ଲାଗି ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି।

   Related Posts