Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପାରାଦୀପରେ ବର୍ଷା ଓ ପବନ ଜାରି : କଳିଙ୍ଗ ବାଲିଯାତ୍ରାକୁ ଆସିଥିବା ଉଠାଦୋକାନୀ ଓ ବ୍ୟବସାୟୀ ଙ୍କୁ କରାଗଲା ସ୍ଥାନାନ୍ତର

9/11/2019 at 8:42 AM

ପାରାଦୀପ ୯।୧୧: ଆଜି ସ୍ଥଳଭାଗରେ ମାଡ଼ ହେବ ସାମୁଦ୍ରିକ ବାତ୍ୟା ବୁଲବୁଲ । ପଶ୍ଚିମବଙ୍ଗ- ବାଂଲାଦେଶ ଉପକୂଳର ମଝିଦେଇ ସ୍ଥଳ ଭାଗକୁ ପ୍ରବେଶ କରିବ । ସୁନ୍ଦରବନର ଡେଲ୍‌ଟା ଅଞ୍ଚଳରେ ଏହା ସ୍ଥଳ ଭାଗରେ ପ୍ରବେଶ କରିବ ବୋଲି କୁହାଯାଉଛି । ବାତ୍ୟା ବୁଲବୁଲ  ପାରାଦୀପ ଠାରୁ ୧୩୦ କିଲୋମିଟର ଦୂରରେ ରହିଛି । ଆଜି ଦିନ ୧୦ଟାରୁ ୧୧ଟା ମଧ୍ୟରେ ଏହା ପାରାଦୀପ ଅତିକ୍ରମ କରିବ ବୋଲି ପୂର୍ବାନୁମାନ କରାଯାଉଛି । 

ସାମୁଦ୍ରିକ ବାତ୍ୟା  ବୁଲବୁଲ ପ୍ରଭାବରେ ପାରାଦୀପ ଉପକୂଳରେ ବର୍ଷା ସହିତ ପବନ ବଢ଼ିବାରେ ଲାଗିଛି। ଆସନ୍ତା କାଲି  ଏହାର ପରିମାଣ ବଢିବା  ସହିତ ପବନର  ଵେଗ ମଧ୍ୟ  ବଢିବ ବୋଲି  ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏହାକୁ ଦୃଷ୍ଟିରେ ରଖି ପାରାଦୀପ  ପୌର ପ୍ରଶାସନ ପକ୍ଷରୁ ସମୁଦ୍ର କୂଳରେ ଥିବା ଲୋକମାନଙ୍କୁ  ସୁରକ୍ଷିତ   ସ୍ଥାନକୁ ସ୍ଥାନାନ୍ତରିତ କରିବାକୁ ଯୋଜନା କରାଯାଇଛି।  

ବିଜୁ ମଇଦାନ ସମୁଦ୍ର କୂଳରେ ହେବାକୁ ଥିବା କଳିଙ୍ଗ ବାଲିଯାତ୍ରା ପାଇଁ ଜିଲ୍ଲା ତଥା ରାଜ୍ୟ ବାହାରୁ ଆସିଥିବା ଉଠାଦୋକାନୀ ଓ ବ୍ୟବସାୟୀ ମାନଙ୍କୁ ପୋଲିସ ସହାୟତାରେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି।  ବର୍ଷାର ପରିମାଣ ବଢିଲେ  ତଳିଆ ଅଞ୍ଚଳର ଲୋକ ମାନଙ୍କୁ ଆବଶ୍ୟକ ହେଲେ ସ୍ଥାନାନ୍ତରିତ କରାଯିବ  ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

   Related Posts