ବର୍ଷା ଓ କୋହଲା ପାଗରେ ଥରୁଛି ଦେହ, ଆହୁରି ୨୪ ଘଣ୍ଟା ବର୍ଷିବ : ସୋମବାର ପରେ ବଢିବ ଶୀତ

Published By : Prameya-News7 Bureau | February 08, 2020 IST

ଭୁବନେଶ୍ବର ୮।୨: ରାଜ୍ୟରେ ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ସମସ୍ତ ସ୍ଥାନରେ ବର୍ଷା ଜାରି ରହିବ । ୨୪ ଘଣ୍ଟା ପରେ ଉତ୍ତର ଓଡିଶାରେ ପାଗ ଶୁଖିଲା ରହିବା ସହ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ହାଲକା ବର୍ଷା ସମ୍ଭାବନା ରହିଛି । ୧୦ରୁ ପାଗ ବଦଳିବା ସହ ପାଗ ଶୁଖିଲା ରହିବ । 

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, ଢେଙ୍କାନାଳ, ଖୋର୍ଦ୍ଧା, ପୁରୀ, ନୟାଗଡ ଜିଲ୍ଲାରେ ପବନର ବେଗ ୩୦ରୁ ୪୦ କିଲୋମିଟର ରହିବ । ଏହାସହ ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡା, ବଲାଙ୍ଗୀର ଓ ବରଗଡ଼ ଜିଲ୍ଲାରେ ଘନ କୁହୁଡି ସମ୍ଭାବନା ରହିଛି ।

୧୦ ତାରିଖ ପରେ ତାପମାତ୍ରା ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିବା ସହ ଥଣ୍ଡା ବଢିବ। ୧୦ ତାରିଖରେ ଅନୁଗୋଳ, ସୋନପୁର, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ଵର ଜିଲ୍ଲାର ଶୀତ ଲହରୀ ନେଇ ସତର୍କତା ଜାରି କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଭୁବନେଶ୍ବରରେ ଆସନ୍ତାକାଲି ଅପରାହ୍ନରୁ ବଦଳିବ ପାଗ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.