ଧର୍ମଶାଳା ମ୍ୟାଚ୍ ଉପରେ ବର୍ଷାର ବାଦଲ, ୨୦୧୯ ଭଳି ନିରାଶ ହୋଇପାରନ୍ତି କ୍ରିକେଟପ୍ରେମୀ

Published By : Prameya-News7 Bureau | March 11, 2020 IST

ଧର୍ମଶାଳା୧୧/୩:  ଭାରତ ଓ ଦକ୍ଷିଣ ଆଫ୍ରିକାରେ ମଧ୍ୟରେ ଖେଳ ହେବାକୁ ଥିବା ଏକ ଦିବସୀୟ ସିରିଜ୍‌ର ପ୍ରଥମ ମ୍ୟାଚ ଧର୍ମଶାଳାର ଏଚ୍‌ପିସିଏ ଷ୍ଟାଡିୟମରେ ଖେଳାଯିବ। ତେବେ ଏହି  ମ୍ୟାଚ୍ ଖେଳଯିବା ପୂର୍ବରୁ ଆସିଛି ଏକ ଖରାପ ଖବର । ଯାହାକି କ୍ରକେଟପ୍ରେମୀଙ୍କୁ ନିରାଶ କରିଛି। ପ୍ରଥମ ମ୍ୟାଚ୍‌ରେ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗର ,ଏହି ସୂଚନା ଯୋଗୁଁ ମ୍ୟାଚ୍ ବାତିଲ ହେଇ ପାରେ ବୋଲି ଆଶଙ୍କା ମଧ୍ୟ କରାଯାଉଛି।

{"id":236556,"sizeSlug":"large"}

ପାଣି ବିଭାଗର ସୂଚନା ମୁତାବକ,  ଗୁରୁବାରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ମ୍ୟାଚ୍‌ ଅଧାରେ ବର୍ଷା ହେଲେ ଖେଳରେ ବାଧା ସୃଷ୍ଟି ହେବ। ତେଣୁ ଭାରତ- ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ୍‌ର  ପ୍ରଥମ ମ୍ୟାଚ୍ ବାତିଲ ହୋଇ ପାରେ ।  ଧର୍ମଶାଳା ଷ୍ଟାଡିୟମରେ ବର୍ଷାର ମୁକାବିଲା ପାଇଁ ସବୁ ପ୍ରକାର ବ୍ୟବସ୍ଥା ରହିଛି। ଏପରି କି ଡ୍ରେନେଜ ସିଷ୍ଟମ ମଧ୍ୟ ପ୍ରସ୍ତୁତ ରହିଛି। ତେବେ ଅଧିକ ବର୍ଷା ହେଲେ ମ୍ୟାଚ୍‌ ହେବା ବହୁତ ମୁସ୍କିଲ ହେବ ବୋଲି ପରିଚାଳକମାନେ କହିଛନ୍ତି।

{"id":236557,"sizeSlug":"large"}

ପୂର୍ବରୁ ୨୦୧୯ ମସିହା ସେପ୍ଟେମ୍ବର ମାସରେ ଦକ୍ଷିଣ ଆଫ୍ରିକା ଆସିଥିବା ବେଳେ ଭ୍ରମଣକାରୀ ଦଳ ସହ ଭାରତର  ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଧର୍ମଶାଳାରେ ଖେଳା ହେବାର ଥିଲା। କିନ୍ତୁ ଦୁର୍ଭାଗ୍ୟବଶତଃ ସେତେବେଳେ ଟସ୍ ପଡିବା ପୂର୍ବରୁ ବର୍ଷା ଆରମ୍ଭ ହୋଇଯାଇଥିଲା। ଯାହାଫଳରେ ମ୍ୟାଚ୍ ବାତିଲ କରିବାକୁ ପଡ଼ିଥିଲା। ତେବେ ଧର୍ମଶାଳାରେ ଖେଳ ହେବାକୁଥିବା ଚଳିତ  ଏକ ଦିବସୀୟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଯଦି ବାତିଲ ହୁଏ ତେବେ ଏହି ସିରିଜ୍‌ ରେ କେବଳ ୨ଟି ମ୍ୟାଚ୍ ଖେଳା ଯିବ। ଦ୍ବିତୀୟ ମ୍ୟାଚ୍‌ ଆସନ୍ତା ମାର୍ଚ୍ଚ ୧୫ ତାରିଖରେ ଲକ୍ଷ୍ନୌରେ ଖେଳାଯିବ। ସେହିପରି ତୃତୀୟ ମ୍ୟାଚ୍ କୋଲକତାରେ ଖେଳାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.