Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

ରେନ୍ ବାରରେ ନିଆଁ, ଜଣାପଡିନାହିଁ ସଠିକ କାରଣ

1/04/2019 at 9:42 PM

କଟକ ୧/୪-କଟକ ଦରଘାବଜାର ସ୍ଥିତ ନେତାଜୀ ସୁବାଷ ଆର୍କେଡରେ ଲାଗିଲା ନିଆଁ। ନିଆଁର ପ୍ରକୋପରେ  ଗୋଟିଏ ବାର ସମ୍ପୁର୍ଣ୍ଣ ଜଳି ନଷ୍ଟ ହୋଇାଇଛି, ତା ସମେତ ଆଉ ୨ ଟି ବ୍ୟବସାୟୀକ ପ୍ରତିଷ୍ଠାନ କ୍ଷତିଗ୍ରସ୍ତ ହୋଇଛି । ନିଆଁର ସଠିକ କାରଣ ଜଣାପଡିନାହିଁ ।  କିନ୍ତୁ ସଟସର୍କିଟ କିମ୍ବା ସିଗାରେଟରୁ ନିଆଁରୁ ଅଗ୍ନିକାଣ୍ତ ଘଟିଥାଇପାରେ ଅନୁମାନ କରାଯାଉଛି । ତେବେ ଚିନ୍ତାର କାରଣ ହେଲା ନିତାଜୀ ଆର୍କେଡ ଭଳି ଏକ ବୃହତ ମାର୍କେଟ କମ୍ପ୍ଲେକ୍ସ ଭିତରେ ଆବଶ୍ୟକୀୟ ଅଗ୍ନିନିର୍ବାପକ ବ୍ୟବସ୍ଥା ନାହିଁ, ଯେଉଁଥିଲାଗି ନିଆଁକୁ ଆୟତ କରିବାକୁ ଦମକଳ ବାହିନୀକୁ ପ୍ରାୟ ୨ ଘଣ୍ଟା ପରିଶ୍ରମ କରିବାକୁ ପଡିଛି ।

କଟକ ସ୍ଥିତ ନେତାଜୀ ସୁବାଷ ଆର୍କେଡରେ ଲାଗିଲା ନିଆଁ, ଅଗ୍ନିକାଣ୍ତ ହେତୁ ନେତାଜୀ ଆର୍କେଡର ୪ର୍ଥ ମହାଲାରେ ଥିବା ରେନ୍ ବାର ନାମକ ଏକ ବାର ସମ୍ପୁର୍ଣ୍ଣ ଜଳି ନଷ୍ଟ ହୋଇଯାଇଛି । କ୍ଷୟକ୍ଷତିର ପରିମାଣ କେତେହେବ , ତାର ଆକଳନ କରାଯଇନି । କିନ୍ତୁ ନିଆଁ କେମିତି ଲାଗିଲା ଏବଂ ଏହା ପଛର କାରଣ କଣ, ତାହା ଏଯାଏ ସ୍ପଷ୍ଟ ହୋଇପାରିନି । ତେବେ ଗତକାଲି ବିଳମ୍ବିତ ରାତ୍ରୀରେ ନିଆଁ ଲାଗିଥିବା ପ୍ରତ୍ୟକ୍ଷଦର୍ଶୀ ମାନେ କହିଛନ୍ତି ।  ତେଣେ ଦମକଳ ବାହିନୀ ଅନୁମାନ କରୁଛି ସଟସର୍କିଟ କିମ୍ବା ସିଗାରେଟରୁ ନିଆଁରୁ ଅଗ୍ନିକାଣ୍ତ ଘଟିଥାଇପାରେ । 

ନେତାଜୀ ଆର୍କେଡରେ ୫୦ରୁ ଉର୍ଦ୍ଧ ବ୍ୟବସାୟୀକ ପ୍ରତିଷ୍ଠାନ ରିହିଛି. ପ୍ରତ୍ୟେକ କାର୍ଯ୍ୟ ଦିବସରେ ଏଠାରେ ହଜାର ହଜାର ସଂଖ୍ୟାର ଲୋକଙ୍କ ସମାଗମ ହୁଏ । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା ଏତେବଡ ମାର୍କେଟ କମ୍ପଲେକ୍ସରେ ଆବଶ୍ୟକୀୟ ଅଗ୍ନି ନିର୍ବାପକ ବ୍ୟବସ୍ଥା ନାହିଁ । ଏବଂ ରାତ୍ରୀ ସମୟରେ ଅଘଟଣ ହେଲେ , ତାକୁ କିପରି ମୂକାବିଲା କରାଯାଇ ପାରିବ, ସେଥିଲାଗି ମଧ୍ୟ କୌଣଷି ପଦକ୍ଷେପ ନିଆଯାଇନାହିଁ । ତେବେ ରେନ ବାର ଭିତରୁ ଧୁଆଁ ଉଠୁଥିବାର ଦେଖି ସ୍ଥାନୀୟ ଲୋକମାନେ ଦମକଳ ବାହିନୀକୁ ଖବର ଦେଇଥିଲେ . । ଏବଂ ଫାୟାରବ୍ରିଗେଡର ୩ ଟି ଟିମ୍ ପ୍ରାୟ ୨ ଗଣ୍ଟା ପରିଶ୍ରମ କଲାପରେ ନିଆଁ ଆୟତ୍ତକୁ ଆସିଥିଲା ।

ଗତ ୮ ତାରିଖ ଦିନ ଏସ ସି ବି ମେଡିକାଲ କଲେଜର ପାଥୋଲୋଜି ବିଭାଗରେ ଭୟଙ୍କର ଭାବେ ନିଆଁ ଲାଗିଥିଲା ।  ଯାହାର ପ୍ରଭାବରେ ପାଥୋଲୋଜି ବିଭାଗର ପ୍ରାୟ ଅର୍ଧାଧିତ ଅଂଶ ପୋଡି ନଷ୍ଟ ହୋଇଯାଇଥିଲା ।  ଆଉ ଆଜି ନେତାଜୀ ଆର୍କେଡରେ ନିଆଁ ଲାଗିଛି  ଏବଂ ସେଠାରେ ଉପଯୁକ୍ତ ଅଗ୍ନିନିର୍ବାପକ ବ୍ୟବସ୍ଥା ନଥିବାର ଅଭିଯୋଗ ହୋଇଛି ।

   Related Posts