ଯାଜପୁର, ୧୩।୦୯ : ବର୍ଷାରେ ବେହାଲ ଯାଜପୁର । ଦୀର୍ଘ ତିନି ଦିନ ଧରି ଲାଗିରହିଥିବା ଲଘୁଚାପ ଜନିତ ବର୍ଷା ଯୋଗୁଁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ଯାଜପୁରବାସୀ ।
ବର୍ଷା ହେବା ଫଳରେ ରାସ୍ତା ଘାଟଠୁ ଆରମ୍ଭ କରି ଅଫିସ କାର୍ଯ୍ୟାଳୟ ଏବଂ କୋର୍ଟ ପରିସରେ ଆଣ୍ଠୁଏ ଲେଖାଏଁ ପାଣି ଜମି ରହିଛି ।ଯାହା ଦ୍ୱାରା ଯାତାୟାତ କରିବାରେ ବାଧା ସୃଷ୍ଟି ହୋଇଛି ।ସୋମବାର ଜିଲାରେ ବର୍ଷାର ଆକଳନକୁ ଦେଖିଲେ ଅଧିକ ବର୍ଷା ହୋଇଥିବା ଜଣା ପଡ଼ିଛି । ଜିଲ୍ଲାରେ ରବିବାର ସନ୍ଧ୍ୟା ୫ଟା ସୁଦ୍ଧା ରେକର୍ଡ ସ୍ତରର ବର୍ଷା ହୋଇଛି ।