Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପି ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା : ଇସ୍ତଫା ଦେଲେ ଆରପିଏନ୍ ସିଂହ, ବିଜେପିରେ ହେବେ ସାମିଲ୍
  • ||
  • ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଦଳାଚକଟା : ୬ ମୃତ, ୫୦ରୁ ଅଧିକ ଗୁରୁତର
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||
  • ଇନ୍ଦୋରରେ ଓମିକ୍ରନ୍ ଭାରିଆଣ୍ଟର ନୂଆ ଷ୍ଟ୍ରେନ୍, ୬ ଶିଶୁଙ୍କ ସମେତ ୧୨ ରୋଗୀ ସଂକ୍ରମିତ
  • ||
  • କରଞ୍ଜିଆ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ : ଭାଙ୍ଗିଲା ଘର, ନଷ୍ଟ କଲା ଫସଲ
  • ||

ବର୍ଷା ପାଇଁ ଚିନ୍ତାରେ ଚାଷୀ, ପାଣିରେ ଭିଜୁଛି ବର୍ଷକର ପରିଶ୍ରମ

5/12/2021 at 2:37 PM

ଭଦ୍ରକ, ୦୫/୧୨ :    ବାତ୍ୟା ନୁହେଁ ଏବେ ବର୍ଷା ଟେନସନ । ଚାଷୀଙ୍କ ଦୁଃଖ ଏବେ ଦୁଇଗୁଣା ହେଲାଣି । ପ୍ରଥମେ ବିଳମ୍ବିତ ମୌସୁମୀ ବର୍ଷା ପରେ ପୁଣି ପୋକ ଦାଉରୁ ଚାଷକୁ ବଞ୍ଚାଇବାର ଆପ୍ରାଣ ଉଦ୍ୟମ । କିନ୍ତୁ ଏବେ ପାଣିରେ ପଡିଲା ବର୍ଷକର କ୍ଷେତ । ବାତ୍ୟା ତ ଗଲା କିନ୍ତୁ ବର୍ଷା  ବର୍ଷକର ପରିଶ୍ରମକୁ ପାଣିରେ ଭସାଇ ନେଉଛି ।

ଜୱାଦ ପ୍ରଭାବରେ ଭଦ୍ରକ ଜିଲ୍ଲାରେ ଶନିବାର ଠାରୁ ଲଗାଣ ବର୍ଷା ହେଉଛି । ମୁଷଳ ଧାରାରେ ବର୍ଷା ହେଉନାହିଁ ସତ, କିନ୍ତୁ ଝିପିଝିପି ବର୍ଷା ଚାଷ କ୍ଷେତକୁ ବିପଦ ରେ ପକାଇଛି ।  ଭଦ୍ରକ ଜିଲ୍ଲାରେ ୧୫୧.୨ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ଜିଲ୍ଲାର ୭ ବ୍ଲକରେ ହାରାହାରି ୨୧.୬୦ ମିଲିମିଟର ବର୍ଷା ରେକର୍ଡ ହୋଇଛି ।

ଭଦ୍ରକ ବ୍ଲକରେ ୧୬.୨ ମିଲିମିଟର , ଭଣ୍ଡାରିପୋଖରୀ ବ୍ଲକରେ ୧୯ ମିଲିମିଟର , ବାସୁଦେବପୁର ବ୍ଲକରେ ୨୦ ମିଲିମିଟର , ବନ୍ତ ବ୍ଲକରେ ୧୬ ମିଲିମିଟର , ଚାନ୍ଦବାଲି ବ୍ଲକରେ ୩୪ ମିଲିମିଟର, ଧାମନଗର ବ୍ଲକରେ ୨୫ ମିଲିମିଟର, ତିହିଡି ବ୍ଲକରେ ୨୧ ମିଲିମିଟର ବର୍ଷା ରେକର୍ଡ ହୋଇଛି ।

ଚାଷୀ ଅମଳକୁ ସୁରକ୍ଷିତ ରଖିବା ପାଇଁ ଯଥେଷ୍ଟ ସମୟ ପାଇନାହାନ୍ତି । ଦର ପାଚିଲା ଧାନ କାଟି ନେଇଛନ୍ତି । ଅନେକ ତ ବିଲରୁ ଧାନ କାଟି ପଞ୍ଝା ମାରିଛନ୍ତି କିନ୍ତୁ ସବୁ ତକ ବିଲରେ ଭିଜୁଛି । ଧାନ ବିଲରେ ପାଣି ଜମି ଧାନ ଶୋଇ ମାଟିରେ ଲୋଟିଲାଣି । ଆଉ ଏବେ କିଛି ଉପାୟ ନ ପାଇ ବର୍ଷାରେ ଛତା ଧରି ଚାଷୀ କେବଳ ବିଲ ମୁଣ୍ଡରେ ବୁଲୁଛନ୍ତି ।

   Related Posts