Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ବାଲିପାଟଣା-ବାଲିଅନ୍ତାରେ ପ୍ରବଳ ବର୍ଷା, ଦେଢ ଘଣ୍ଟା ବନ୍ଦ ରହିଲା ବିଦ୍ୟୁତ ସେବା

16/10/2021 at 1:59 PM

ବାଲିପାଟଣା, ୧୬|୧୦ :  ରାଜଧାନୀ ଭୁବନେଶ୍ଵର ଉପକଣ୍ଠ ବାଲିପାଟଣା ଏବଂ ବାଲିଅନ୍ତାରେ  ଘଡଘଡି ସହ ପ୍ରବଳ ବର୍ଷା ହୋଇଛି । ସକାଳ ପ୍ରାୟ ୧୦.୩୦ରୁ ବଜ୍ରପାତରେ ଗର୍ଜି ଉଠିଥିଲା ଆକାଶ । ତା ସାଙ୍ଗକୁ ପ୍ରବଳ ବର୍ଷା ହୋଇଥିଲା।

ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ ମୂଷଳ ଧାରାରେ ବର୍ଷା ଲାଗି ରହିଥିଲା । ତେବେ ରାଜଧାନୀ ଉପକଣ୍ଠ ବାଲିପାଟଣା ଏବଂ ବାଲିଅନ୍ତା ଅଂଚଳରେ ୧୦.୫୨ ରୁ  ବିପଦପୂର୍ଣ୍ଣ ଘଡଘଡି ସହ ବର୍ଷା ଆରମ୍ଭ ନେଇ ପୂର୍ବରୁ ପାଣିପଗ ବିଭାଗ ଚେତାବନୀ ଦେଇଥିଲା । ଏହି ଘଡଘଡି ଏବଂ ବର୍ଷା ପାଇଁ ବିଦ୍ୟୁତ୍‌ ସରବରାହକୁ ଦେଢ ଘଣ୍ଟା ପାଇଁ ବନ୍ଦ କରାଯାଇଥିଲା । ବଜ୍ରପାତରେ କୌଣସି କ୍ଷୟକ୍ଷତି ବାବଦରେ ସୂଚନା ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ ।

   Related Posts