କିଛି ଜିଲ୍ଲାରେ ଘୂର୍ଣ୍ଣିଝଡ଼ର ସମ୍ଭାବନା – କାଲିଠାରୁ ବଦଳିବ ପାଗ

Published By : Prameya-News7 Bureau | February 08, 2020 IST

ଭୁବନେଶ୍ୱର ୦୮।୦୨ -  କୋହଲା ପାଗ ସାଙ୍ଗକୁ ଜାରି ରହିଛି ଝିପ୍‌ ଝିପ୍‌ ବର୍ଷା । ଆସନ୍ତାକାଲି ଅପରାହ୍ଣରେ ପାଗ ବଦଳିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଲଗାତର ୨ଦିନ ଧରି କୋହଲା ପାଗ ସାଙ୍ଗକୁ କାଲୁଆ ପବନ ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି । କିଛି ଜିଲ୍ଲାରେ ପବନର ବେଗ ବଢ଼ିବା ସହ ଆଉ କିଛି ଜିଲ୍ଲାରେ ଘୂର୍ଣ୍ଣିଝଡ଼ର ସମ୍ଭାବନା ମଧ୍ୟ ରହିଛି । ସେପଟେ ଖୋଲା ଆକାଶ ତଳେ ପଡ଼ିଥିବା ଧାନ ଗଜା ଧରିଲାଣି । ଯାହାକୁ ନେଇ ଚିନ୍ତାରେ ଚାଷୀ । ….

{"id":222039,"sizeSlug":"large"}

କୋହଲା ପାଗ ସାଙ୍ଗକୁ ଦେହ ଥରାଉଛି କାଲୁଆ ପବନ । ବେଡ଼ି ଉପରେ କୋରାଡ଼ା ସାଜିଛି ଝିପ୍‌ ଝିପ୍‌ ବର୍ଷା । ଆସନ୍ତା କାଲି ଅପରାହ୍ଣ ବେଳକୁ ପାଗ ବଦଳିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

{"id":222038,"sizeSlug":"large"}

ହେଲେ ଆଜିଠାରୁ କାଲି ଭିତରେ ପୁରୀ, ଢ଼େଙ୍କାନାଳ, ଖୋର୍ଦ୍ଧା, ନୟାଗଡ଼, ଭଦ୍ରକ, କେନ୍ଦୁଝର, ମୟୁରଭଞ୍ଜ ଭଳି ୭ଟି ଜିଲ୍ଲାରେ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବ ।

{"id":222036,"sizeSlug":"large"}

ଏବଂ ସୋନପୁର, ବୌଦ୍ଧ, ଅନୁଗୁଳ, ସମ୍ବଲପୁର ଭଳି ଜିଲ୍ଲାରେ କିଛି ସ୍ଥାନରେ ଘୂର୍ଣ୍ଣିଝଡ଼ର ସମ୍ଭାବନା ରହିଛି । ତେବେ ୯ ତାରିଖ ଅପରାହ୍ଣରୁ ପାଗରେ ପରିବର୍ତନ ଆସିବା ସହ କୁହୁଡ଼ି ବଢ଼ିବ । ୯ ଓ ୧୧ ତାରିଖରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘନକୁହୁଡ଼ି  ହେବ । ତେଣୁ ସତର୍କତାର ସହ ଗାଡ଼ି ଚଳାଇବାକୁ ପରାମର୍ଶ ଦିଆଯାଇଛି ।

{"id":222035,"sizeSlug":"large"}

ରାଜ୍ୟର ବିଭିନ୍ନ ସ୍ଥାନରେ ଝିପ୍‌ ଝିପ୍‌ ବର୍ଷା ଚାଷୀ ପାଇଁ ଚିନ୍ତା ବଢ଼ାଇଛି । ମଣ୍ଡିଗୁଡ଼ିକରେ ଖୋଲା ଆକଶ ତଳେ ରଖାଯାଇଥିବା ଧାନବସ୍ତା ଭିଜି ଗଜା ହେଲାଣି । ଜାନୁଆରୀ ୨୫ରୁ ମଣ୍ଡିରେ ଧାନ ପଡ଼ିଥିଲେ ମଧ୍ୟ ମିଲର୍ସଙ୍କ ଦେଖାନାହିଁ । କଟକ ବାଙ୍କୀ ବ୍ଲକରେ ଚାଷୀଙ୍କୁ ଟୋକେନ୍‌ ମିଳି ନଥିବାରୁ ମଣ୍ଡିରେ ପଡ଼ି ରହିଥିବା ଧାନ ବର୍ଷାରେ ଭିଜୁଛି ।

{"id":222033,"sizeSlug":"large"}

ଚାଷୀଙ୍କ ମୁଣ୍ଡରେ ଚଡ଼କ ପକାଇଛି ଅଦିନିଆ ବର୍ଷା । ଅଧିକାଂଶ ମଣ୍ଡିରେ ଧାନ ଘୋଡ଼ାଇବା ପାଇଁ ବ୍ୟବସ୍ଥା ନଥିବାରୁ ଧାନବସ୍ତାସବୁ ଓଦା ହେଉଛି ।

{"id":222032,"sizeSlug":"large"}

ପାଣିପାଗ ବିଭାଗର ପୂର୍ବାନୁମାନ ଏବଂ ଏସଆରସିଙ୍କ ସତର୍କତା ଜାରି ପରେ ମଧ୍ୟ ଏଭଳି ଚିତ୍ର ସଂପୃକ୍ତ ଜିଲ୍ଲା ପ୍ରଶାସନର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

{"id":222031,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.