Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବଦଳିଲା ପାଗ, ଦିଲ୍ଲୀ ଓ ଏନସିଆରବାସୀଙ୍କୁ ମିଳିଲା ଆଶ୍ବସ୍ତି

17/05/2019 at 7:36 PM

ନୂଆଦିଲ୍ଲୀ ୧୭।୫:  ଅସହ୍ୟ ଗ୍ରୀଷ୍ମ ପ୍ରବାହରେ ଅତିଷ୍ଠ ଦିଲ୍ଲୀ ଓ ଏନସିଆର ଅଞ୍ଚଳବାସୀଙ୍କୁ ଶୁକ୍ରବାର ମିଳିଛି ଆଶ୍ବସ୍ତି।  ପରିବର୍ତିତ ପାଗର ମିଜାଜ ସକାଳୁ ଦିଲ୍ଲୀବାସୀଙ୍କୁ ମିଳିସାରିଥିଲା। ପବନ ସହ ସାମାନ୍ୟ ବର୍ଷା ଲୋକଙ୍କୁ ଗ୍ରୀଷ୍ମର ପ୍ରକୋପରୁ ମୁକ୍ତି ଦେଇଛି। ପାଣିପାଗ ବିଭାଗ ପୂର୍ବରୁ ରାଜଧାନୀ ଓ ଏନସିଆର ଅଞ୍ଚଳରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷାନୁମାନ କରିଥିବା ବେଳେ ପଟପଡ ଗଞ୍ଜ, ମୟୁରବିହାର, ଡିଏନଡି ଓ ବସନ୍ତ କୁଞ୍ଜ ସମେତ ଗ୍ରେଟର ନୋଏଡାରେ  ଭଲକରି ଅସରାଏ ବର୍ଷା ହେବା ଅସହ୍ୟ ଗରମରୁ ଲୋକଙ୍କୁ ଆଶ୍ବସ୍ତ କରିଛି।

ଦିଲ୍ଲୀ ଓ ଏନସିଆରରେ ଆଗାମୀ ୨ ଦିନ ପର୍ଯ୍ୟନ୍ତ ଏଭଳି ପାଗ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛନ୍ତି। ଫଳରେ ବଢିବଢି ଚାଲିଥିବା ଉତ୍ତାପ ଆଗକୁ ଆହୁରି ନିୟନ୍ତ୍ରିତ ହେବ ବୋଲି ଅନୁମାନ କରାଯାଉଛି। ଦିଲ୍ଲୀରେ ଏବେ ସର୍ବାଧିକ ତାପମାତ୍ରା ୩୬ଡିଗ୍ରି ସେଲସିୟସକୁ ଖସି ଆସିଥିବା ବେଳେ ସର୍ବନିମ୍ନ ତାପମାତ୍ରା ୨୪ ଡିଗ୍ରି ସେଲସିୟସ ଆଖପାଖରେ ରହିବ। ପାର୍ବତ୍ୟାଞ୍ଚଳରେ ପାଣିପାଗ ପରିବର୍ତନ ଯୋଗୁ ଗ୍ରୀଷ୍ମରେ ଅଚାନକ ପରିବର୍ତନ ହୋଇଥିବା ପାଣିପାଗ ବିଭାଗ କହିଛନ୍ତି।

ଆଜି ଅପରାହ୍ଣରେ ରାଜଧାନୀରେ ଧୂଳିଝଡ ସହ ବର୍ଷା ହୋଇଛି । ଏଣୁ ସହରର କେତେକ ଅଞ୍ଚଳରେ ବିଦ୍ୟୁତ ବିଭ୍ରାଟ ଉପୁଜିଥିବା ବେଳେ କିଛି ଅଞ୍ଚଳ ଅନ୍ଧାରରେ ରହିଛି । ଏଭଳି ପାଗ ଆହୁରି ୪ରୁ ୫ ଦିନ ଲାଗି ରହିବ ବୋଲି ପୂର୍ବାନୁମାନ କରାଯାଉଥିବାରୁ ଏହି ସମୟରେ ବର୍ଷା ସହ ଝଡ ହେବ ବୋଲିଆଶଙ୍କା କରାଯାଉଛି।

   Related Posts