ହିମାଚଳରେ ଶୂନ ତଳକୁ ଖସିଲା ପାରଦ: ଆଗାମୀ ୪ ଦିନ ବର୍ଷା ଓ ତୁଷାରପାତ ସମ୍ଭାବନା, ଆଲର୍ଟ ଜାରି

Published By : Prameya-News7 Bureau | November 12, 2020 IST

ଶିମଲା ୧୨/୧୧ : ହିମାଚଳ ପ୍ରଦେଶରେ ପାଣିପାଗ ବିଭାଗ ଦିନେ ପାଇଁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି। ଦୀପାବଳି ପରେ ଭୀଷଣ ବର୍ଷା ଓ ତୁଷାରପାତର ସମ୍ଭାବନା ରହିଛି। ନଭେମ୍ବର ୧୩ ତାରିଖରେ ରାଜ୍ୟର ପଶ୍ଚିମାଞ୍ଚଳରେ ଜଳବାୟୁ ବଦଳିବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି। ତେବେ ୪ ଦିନ ଯାଏଁ ପାଣିପାଗ ଭଲ ରହିବନି ବୋଲି ଅନୁମାନ କରାଯାଇଛି। ୧୭ ତାରିଖ ଯାଏଁ ରାଜ୍ୟରେ ବର୍ଷା ଓ ତୁଷାରପାତ ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ୧୩ ତାରିଖରେ ରାଜ୍ୟର ଉଚ୍ଚତମ ଅଞ୍ଚଳରେ ବର୍ଷା ଓ ତୁଷାରପାତ ହେବାର ସମ୍ଭାବନା ରହିଛି। ଏହାପରେ ୩ଦିନ ଯାଏଁ ଅର୍ଥାତ ୧୪ ରୁ ୧୭ ତାରିଖ ଯାଏଁ ମଧ୍ୟବର୍ତ୍ତୀ ପାହାଡିଆ ଓ ଉଚ୍ଚତମ ଅଞ୍ଚଳରେ ବର୍ଷା ଓ ତୁଷାରପାତ ହେବ।

{"id":360708,"sizeSlug":"large"}

ବୁଧବାର ଦିନ ଶିମଲାରେ ବାଦଲ ସହ ହାଲୁକା ଖରା ପାଗ କରିଥିଲା। ବୁଧବାର ଦିନ ଉନାରେ ସର୍ବାଧିକ ତାପମାତ୍ରା ୨୯.୪ ଡିଗ୍ରୀ, କାଙ୍ଗଡାରେ ୨୬.୨, ବିଳାସପୁରରେ ୨୪, ଚମ୍ବାରେ ୨୪.୮, ଧର୍ମଶାଳାରେ ୧୯.୮, ଶିମଲାରେ ୧୯.୬ ଡିଗ୍ରୀ ରେକର୍ଡ କରାଯାଇଥିଲା। କେଲାଙ୍ଗରେ ସର୍ବନିମ୍ନ ତାପମାତ୍ରା ଶୂନ ତଳକୁ ମାଇନସକୁ ଚାଲିଯାଇଥିଲା। ସର୍ବନିମ୍ନ ତାପମାତ୍ରା ୦.୭ ଡିଗ୍ରୀ ରେକର୍ଡ କରାଯାଇଛି।

{"id":360709,"sizeSlug":"large"}

ହିମାଚଳ ପ୍ରଦେଶରେ ୩ ମାସ ହେଲା ବର୍ଷା ହୋଇନି। ତଳିଆ ଅଞ୍ଚଳରେ ବର୍ଷା ନ ହେବାରୁ ଅନେକ ପ୍ରଭାବ ପଡିଛି। ବର୍ଷା ନ ହେବା ଯୋଗୁଁ ଗହମ ଚାଷ ପ୍ରଭାବିତ ହୋଇଛି। ଅପରପକ୍ଷରେ ପାହାଡିଆ ଅଞ୍ଚଳରେ ତୁଷାରପାତ ହୋଇଛି କିନ୍ତୁ ଅନ୍ୟ ବର୍ଷ ଅପେକ୍ଷା କମ ତୁଷାରପାତ ହୋଇଛି ଓ ବିଳମ୍ବରେ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.