ବର୍ଷା ଓ ବନ୍ୟାରେ ଆନ୍ଧ୍ର ବେହାଲ, ଅନେକ ଅଞ୍ଚଳକୁ ଯୋଗାଯୋଗ ବିଛିନ୍ନ, ରିଲିଫ ଓ ଉଦ୍ଧାର ଅପେକ୍ଷାରେ ଲୋକେ

Published By : Prameya-News7 Bureau | November 21, 2021 IST

ହାଇଦ୍ରାବାଦ ୨୧।୧୧:  ସାମୁଦ୍ରିକ ଲଘୁଚାପ ଓ ତତଜନିତ ବର୍ଷା, ବନ୍ୟାରେ ସମଗ୍ର ଆନ୍ଧ୍ରପ୍ରଦେଶ ପ୍ରଭାବିତ ହୋଇଛି। ବିଭିନ୍ନ ଅଞ୍ଚଳରେ ବର୍ଷାପାଣି ଭରି ରହିଥିବା ବେଳେ ଅନେକ ସହରକୁ ଯୋଗାଯୋଗ ବିଛିନ୍ନ ହୋଇଛି। ଜନଜୀବନ ଗୁରୁତର ପ୍ରଭାବିତ ହୋଇଥିବା ବେଳେ ଲୋକେ ଏବେ ରିଲିଫ ଓ ଉଦ୍ଧାର ଲାଗି ସରକାରଙ୍କ ହାତକୁ ଚାହିଁ  ବସିଛନ୍ତି। ଲଗାଣ ବର୍ଷା ଓ ବନ୍ୟାରେ ଯେଉଁପରି କ୍ଷୟକ୍ଷତିର ଆଶଙ୍କା କରାଯାଉଥିଲା ଏହାଠାରୁ ଅନେକ ଗୁଣରେ କ୍ଷୟକ୍ଷତି ଏବେ ଲୋକଙ୍କ ଅଣ୍ଟା ବଙ୍କା କରିଦେଇଛି।

{"id":547748,"sizeSlug":"full","linkDestination":"none"}

ଆନ୍ଧ୍ରପ୍ରଦେଶର କେତେକ ଜିଲ୍ଲାରେ ନଦୀ ଓ ନାଳ ଏବେବି ଉଛୁଳୁଛି। ଚିତୁର, କଡ୍ଡପା, ନେଲ୍ଲୁର ଓ ଅନନ୍ତପୁରମ ଜିଲ୍ଲା ବନ୍ୟାରେ ଧୋଇ ହୋଇଯାଇଛି। ନେଲ୍ଲୁର ଜିଲ୍ଲାର ଅନେକ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ବନ୍ୟା ଘେରରେ ଫସି ରହିଛି। ଘର ବୁଡ଼ି ଯାଇଥିବାରୁ ଲୋକେ ଛାତ ଉପରେ ଆଶ୍ରୟ ନେଇ ଉଦ୍ଧାର ଅପେକ୍ଷାରେ ଅଛନ୍ତି। ସାମୁଦ୍ରିକ ବାତ୍ୟା ଚାଲିଗଲାଣି ହେଲେ ପେନ୍ନା ନଦୀର ଜଳସ୍ତର ହ୍ରସ ହେବାର ନାଁ ନେଉନି।

{"id":547749,"sizeSlug":"full","linkDestination":"none"}

ନଦୀର ଆଖାପାଖ ଅଞ୍ଚଳ ପାଣିରେ ବୁଡ଼ି ରହିଥିବା ବେଳେ ଲୋକଙ୍କ ଘରେ ପାଣି ପଶି ଯାଇଛି। ନେଲ୍ଲୁର-ବିଜୟୱାଡା ଜାତୀୟ ରାଜମାର୍ଗ ଭାସି ଯାଇଛି। ଫଳରେ ସଂଯୁକ୍ତ ହେଉଥିବା ଗାଁ ଓ ସହରକୁ ଯୋଗାଯୋଗ ବିଛିନ୍ନ ହୋଇଛି। ସେହିପରି ପୁଡଗୁପାଡୁରେ ରେଳ ଟ୍ରାକ୍ ବନ୍ୟାରେ ଧୋଇଯାଇଥିବାରୁ ରେଳ ଚଳାଚଳ ବାତିଲ କରିଦିଆଯାଇଛି। ପ୍ରଥମ ଉତ୍ତର-ପୂର୍ବ ମୌସୁମୀ ବର୍ଷାରେ ରାଜ୍ୟ ବେହାଲ ହୋଇପଡିଥିବା ବେଳେ ରାଜ୍ୟ ସରକାରଙ୍କ ଲାଗି ଏବେ ଉଦ୍ଧାର ଓ ରିଲିଫ ପରିଚାଳନା ଚାଲେଞ୍ଜ ହୋଇଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.