୩ ଦିନ ପାଇଁ ସତର୍କତା ଜାରି : ଆଜି ୧୪ ଜିଲ୍ଲା ଏବଂ ୭ରେ ୧୬ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ

Published By : Prameya-News7 Bureau | February 06, 2020 IST

ଭୁବନେଶ୍ବର ୬।୨: ସାରା ରାଜ୍ୟରେ କୋହଲା ପାଗ । ଏଭଳି ପାଗ ଆସନ୍ତା ୯ ତାରିଖ ଯାଏଁ ଲାଗି ରହିବ । ୧୦ ତାରିଖ ପରଠୁ ପାଗରେ ପରିବର୍ତ୍ତନ ଆସିବା ସାଙ୍ଗକୁ ଶୀତ ବଢିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡଘଡି ସହ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ସେଥିପାଇଁ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏଥିସହ କନ୍ଧମାଳ, କଳାହାଣ୍ଡି, କୋରାପୁଟ ଓ ମାଲକାନଗିରିରେ ଘନ କୁହୁଡି ଦେଖାଯିବ ।

ସେହିପରି ୭ ତାରିଖରେ ଦେବଗଡ଼, ସମ୍ବଲପୁର, ଅନୁଗୁଳୁ, ବଲାଙ୍ଗୀର ଏବଂ ସେ।ନପୁରର ଗେ।ଟିଏ ଦୁଇଟି ସ୍ଥାନରେ ବର୍ଷା ସହ କୁଆପଥର ପଡିବା ସମ୍ଭାବନା ରହିଛି । ୮ ତାରିଖ ଦିନ ଉପକୂଳ ଓଡ଼ିଶା ଏବଂ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.