କରୋନା ଲଢେଇରେ ରେଲଓ୍ଵେର ବଡ ନିଷ୍ପତ୍ତି, ଆଇସୋଲେସନ କୋଚ୍ ପାଇଁ ରାଜ୍ୟଠୁ ନେବ ନାହିଁ କୌଣସି ଚାର୍ଜ

Published By : Prameya-News7 Bureau | April 18, 2021 IST

ନୂଆଦିଲ୍ଲୀ ୧୮।୦୪: କରୋନା ଭାଇରସ୍‌ର ଦ୍ଵିତୀୟ ଲହରରେ ପୂରା ଦେଶରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରତି ଦିନ ଦ୍ରୁତ ଗତିରେ ନୂତନ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଉଦ୍‌ବେଗଜନକ ଭାବେ ବଢୁଥିବା ସଂକ୍ରମଣର ମୁକାବିଲାକୁ ଦୃଷ୍ଟିରେ ରଖି ବେଡ୍‌ ବଢାଇବା ପାଇଁ କେନ୍ଦ୍ର ସରକାର ରେଲଓ୍ଵେ କୋଚ୍ ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଏହା ମଧ୍ୟରେ ଉତ୍ତର ରେଲଓ୍ଵର ଜିଏମ ଆଶୁତୋଷ ଗଙ୍ଗଲ କହିଛନ୍ତି,  ଆଇସୋଲେସନ କୋଚ୍ ପାଇଁ ରାଜ୍ୟଗୁଡିକଠୁ କୌଣସି ଶୁଳ୍କ ନିଆଯିବ ନାହିଁ। କରୋନା ମୁକାବିଲା ପାଇଁ ଅକ୍ସିଜେନ୍ ସିଲିଣ୍ଡର କିଣାଯାଇଛି। ପ୍ରତ୍ୟେକ କୋଚ୍‌ରେ ୨ ସିଲିଣ୍ଡର ପ୍ରଦାନ କରାଯିବ। ଏହା ପରେ ରାଜ୍ୟ ସରକାର ଦ୍ଵାରା ରିଫିଲିଙ୍ଗ ଏବଂ ଅନ୍ୟ ଦିଗ ଉପରେ ଧ୍ୟାନ ରଖିବାକୁ ପଡିବ।

wp:html /wp:html

ରେଳ ମନ୍ତ୍ରୀ ପିୟୂଷ ଗୋଏଲ କହିଛନ୍ତି ଯେ, କୋଭିଡ୍-୧୯ ପାଇଁ ଆଇସୋଲେସନ କୋଚ୍ ପ୍ରସ୍ତୁତ। ରାଜ୍ୟଗୁଡିକର ଦାବି ଆଧାରରେ ରେଲଓ୍ଵେ ସମଗ୍ର ଦେଶରେ ପ୍ରାୟ ୩ ଲକ୍ଷରୁ ଅଧିକ ଆଇସୋଲେସନ ବେଡ୍‌ର ବ୍ୟବସ୍ଥା କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.