Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

ଆଜିଠାରୁ ଗଡ଼ିବ ୩୯୨ ସ୍ପେଶାଲ ଟ୍ରେନ, ଦେବାକୁ ହେବ ୩୦ ପ୍ରତିଶତ ଅଧିକ ଭଡ଼ା

20/10/2020 at 8:51 AM

ନୂଆଦିଲ୍ଲୀ ୨୦/୧୦: ପାର୍ବଣ ଋତୁରେ ଭାରତୀୟ ରେଳବାଇ ଯାତ୍ରୀଙ୍କୁ ଦେଇଛି ବଡ଼ ଉପହାର। ଆଜିଠାରୁ ସ୍ପେଶାଲ ଟ୍ରେନ ଆରମ୍ଭ କରିବା ନିଷ୍ପତ୍ତି ନେଇଛି ରେଲଓ୍ବେ। ଯାତ୍ରୀଙ୍କ ସୁବିଧା ପାଇଁ ଗଡ଼ିବ ଏହି ସ୍ପେଶାଲ ୩୯୨ ଟ୍ରେନ୍। ତେବେ ଏ ଫେଷ୍ଟିଭାଲ ସ୍ପେଶାଲ ଟ୍ରେନ୍ କୋଲକତା, ପାଟନା, ବନାରସ, ଲକ୍ଷ୍ମୌ ଓ ଦିଲ୍ଲୀରୁ ଚାଲିବ ଯଦ୍ଦ୍ବାରା ଦଶହରା, ଦୀପାବଳି, ଛଠ ପୂଜାରେ ଯାତ୍ରୀଙ୍କୁ ସୁବିଧା ମିଳିପାରିବ।

ଏହା ସହ ଟ୍ରେନ୍ ପାଇଁ ଆରପିଏଫ କଡ଼ା ନିୟମ ମଧ୍ୟ ଜାରି କରିଛି। ନିୟମ ଉଲ୍ଲଘଂନକାରୀଙ୍କୁ ୫ ବର୍ଷ ଜେଲ ସହ ଜରିମାନା ମଧ୍ୟ ଗଣିବାକୁ ପଡ଼ିବ। ତେବେ ଏ ସବୁ ଟ୍ରେନର ବୁକିଂ ଆଜି ଅର୍ଥାତ୍ ଅକ୍ଟୋବର ୨୦ରୁ ଅକ୍ଟୋବର ୨୨ ସୁଦ୍ଧା ହୋଇପାରେ। ଏହା ସହ ଯାତ୍ରା ସମୟରେ ସବୁ ପ୍ରକାର ସୁରକ୍ଷା ନିୟମ ପାଳନ କରିବା ଅନିବାର୍ଯ୍ୟ। ଟ୍ରେନ ଅକ୍ଟୋବର ୨୦ରୁ ନଭେମ୍ବରର ୩୦ ପର୍ଯ୍ୟନ୍ତ ଚାଲିବ।

ରେଲଓ୍ବେ ଏହି ସ୍ପେଶାଲ ଟ୍ରେନ ପାଇଁ ସାଧାରଣ ଠାରୁ ଅଧିକ ଭଡ଼ା ଆଦାୟ କରାଯିବ। ସାଧାରଣ ଟ୍ରେନ୍ ତୁଳନାରେ ୩୦ ପ୍ରତିଶତ ଭଡ଼ା ଅଧିକ ହେବ। ଅର୍ଥାତ ଟ୍ରେନରେ ଯାତ୍ରା କରିବା ପାଇଁ ଯାତ୍ରୀଙ୍କୁ ଅଧିକ ଟଙ୍କା ଦେବାକୁ ପଡ଼ିବ।

ଉଲ୍ଲେଖନୀୟ ରେଲଓ୍ବେ କୋଭିଡ-୧୯ ଯୋଗୁ ମାର୍ଚ ୨୨ରୁ ସବୁ ପାସେଞ୍ଜର ଟ୍ରେନ​ ଉପରେ କଟକଣା ଲଗାଇ ଥିଲା। ତେବେ ଦାବି ଅନୁସାରେ ନିୟମିତ ଭାବେ ୩୦୦ରୁ ଅଧିକ ସ୍ପେଶାଲ ମେଲ ଓ ଏକ୍ସପ୍ରେସ ଟ୍ରେନ ଚାଲୁଛି।

   Related Posts