ଟ୍ରେନରେ ଯାତ୍ରା କରିବା ବେଳେ ମିଳିବ ମାଗଣାରେ ଓ୍ବାଇ ଫାଇର ସୁବିଧା

Published By : Prameya-News7 Bureau | October 23, 2019 IST

ନୂଆଦିଲ୍ଲୀ ୨୩/୧୦: ଆଗାମୀ ୪-୫ବର୍ଷ ମଧ୍ୟରେ ରେଳ ଯାତ୍ରୀଙ୍କୁ ଟ୍ରେନରେ ଯାତ୍ରା କରିବା ସମୟରେ  ମାଗଣାରେ ଓ୍ବାଇ-ଫାଇ ସୁବିଧା ମିଳିବ। ରେଲଓ୍ବେ ଏହି ଯୋଜନାରେ କାମ କରିବା ଆରମ୍ଭ କରିଦେଲାଣି। ବର୍ତ୍ତମାନ ଦେଶର ୫୧୫୦ଷ୍ଟେସନରେ ମାଗଣା ଓ୍ବାଇ-ଫାଇର ସୁବିଧା ମିଳୁଛି। ସ୍ବିଡେନର ସମାଚାର ଏଜେନ୍ସି ଏଏନଆଇ ସହ କଥାବାର୍ତ୍ତା କରିବାବେଳେ ରେଳ ମନ୍ତ୍ରୀ ପିୟୁଷ ଗୋୟଲ କହିଛନ୍ତି ଯେ ଆଗାମୀ ବର୍ଷର ଶେଷ ସୁଦ୍ଧା ସମସ୍ତ ୬୫୦୦ ଷ୍ଟେସନରେ ମାଗଣା ଓ୍ବାଇ-ଫାଇ ସୁବିଧା ମିଳିବ।

ଟ୍ରେନରେ ଓ୍ବାଇ-ଫାଇ ସୁବିଧା ଦେବା ପାଇଁ ରେଲଓ୍ବେକୁ ଯଥେଷ୍ଟ ବିନିଯୋଗ କରିବାକୁ ପଡ଼ିବ। ଏଥିପାଇଁ ଟ୍ରାକ କଡ଼ରେ ଟାଓ୍ବାର ଲଗାଇବା ସହ ଟ୍ରେନ୍ ଭିତରେ ମଧ୍ୟ ରାଉଟର ଭଳି ମେସିନ ଲଗାଇବାକୁ ପଡ଼ିବ। ଏହି ଯୋଜନା ଉପରେ କାମ କରିବା ପାଇଁ ରେଲଓ୍ବେକୁ ବିଦେଶୀ ପଦ୍ଧତି ଏବଂ ବିନିଯୋଗର ସହାୟତା ନେବାକୁ ପଡ଼ିବ।

ଗୋୟଲ ଆହୁରି ମଧ୍ୟ କହିଛନ୍ତି ଯେ ଏହା ଦ୍ବାରା ସୁରକ୍ଷା ହେବା ସହ ପ୍ରତ୍ୟେକ କୋଚରେ ଲାଗିଥିବା ସିସିଟିଭିର ଲାଇଭ ଫିଡ ନିକଟସ୍ଥ ଥାନାକୁ ଯିବ। ଟ୍ରେନର ପରିଚାଳନା ନିମନ୍ତେ ସିଗନାଲ ସିଷ୍ଟମରେ ମଧ୍ୟ ଓ୍ବାଇ-ଫାଇର ବ୍ୟବହାର କରାଯିବ।

ସେ କହିଛନ୍ତି ଯେ ରେଲଓ୍ବେ ଷ୍ଟେଶନକୁ ମଧ୍ୟ ଘରୋଇ କମ୍ପାନୀର ସହଯୋଗରେ ନିର୍ମାଣ କରାଯାଉଛି। ଭୋପାଳର ହବିବଗଞ୍ଜ ଷ୍ଟେସନର ଉଦାହରଣ ଦେଇ ରେଳ ମନ୍ତ୍ରୀ କହିଥିଲେ ଯେ ଏହି ଷ୍ଟେସନ ପୂରାପୂରି ପ୍ରସ୍ତୁତ ହେବା ଉପରେ। ଏହା ବ୍ୟତୀତ ଏନବିସିସି ମଧ୍ୟ ୧୨-୧୩ଟି ଷ୍ଟେସନ ନିର୍ମାଣ କରୁଛି। ଏଥିରେ ଘର,ଦୋକାନ ଏବଂ ସପିଙ୍ଗ ମଲର ନିର୍ମାଣ ମଧ୍ୟ କରାଯାଉଛି ଯାହା ଫଳରେ ରେଲଓ୍ବେର ଆୟ ବୃଦ୍ଧି କରାଯାଇପାରିବ।

ଷ୍ଟେସନ ବ୍ୟତୀତ ରେଲଓ୍ବେର ଖାଲି ପଡ଼ିଥିବା ଜାଗାକୁ ମଧ୍ୟ ବ୍ୟବହାର କରାଯାଉଛି। ଖାଲି ଜାଗାରେ ସୋଲାର ପାର୍କ ଲଗାଯିବ,ଫଳରେ ରେଲଓ୍ବେ ନିଜ ଆବଶ୍ୟକତା ଅନୁସାରେ ଏହାର ବ୍ୟବହାର କରି ପାରିବ। ଆଗାମୀ ୫ବର୍ଷ ମଧ୍ୟ​‌ରେ ରେଲଓ୍ବେର ସମସ୍ତ ଟ୍ରାକର ବିଦ୍ୟୁତିକରଣ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.