ଶତାବ୍ଦୀ ଏକ୍ସପ୍ରେସରେ ବ୍ୟବହାର କରାଯାଉଥିବା 'ମେଁ ଭି ଚୌକିଦାର ହୁଁ' କପ ବନ୍ଦ କଲା ରେଳ ମନ୍ତ୍ରାଳୟ

Published By : Prameya-News7 Bureau | March 29, 2019 IST

ଦିଲ୍ଲୀ ୨୯/୩ : ଆଦର୍ଶ ଆଚରଣ ବିଧି ଲାଗୁ ହେବାପରେ ଶତାବ୍ଦୀ ଏକ୍ସପ୍ରେସରେ 'ମେଁ ଭି ଚୌକିଦାର ହୁଁ' ଲେଖାଯାଇଥିବା ଚା' କପ ବ୍ୟବହୃତ ହେଉଥିବା ଦେଖୁବାକୁ ମିଳିଥିଲା | ଏହି ଚା' କପର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାପରେ ରେଳ ମନ୍ତ୍ରାଳୟ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି | ରେଳ ମନ୍ତ୍ରାଳୟ ଏହି କପଗୁଡିକର ବ୍ୟବହାର ଟ୍ରେନରେ ବନ୍ଦ କରିଦେଇଛି | ରେଳ ମନ୍ତ୍ରାଳୟ ଏହି କପର ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି | ଏହା ସହିତ ଜଡିତ ପର୍ଯ୍ୟବେକ୍ଷକଙ୍କୁ ମଧ୍ୟ ବାହାର କରିଦିଆଯାଇଛି |

{"id":98118}


ଏହା ପୂର୍ବରୁ ଏୟାର ଇଣ୍ଡିଆ ଏବଂ ରେଲୱେ ଟିକେଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋକୁ ନେଇ ନିର୍ବାଚନ ଆୟୋଗ ୨ଟି ସଂସ୍ଥାକୁ ଜବାବ ମାଗିଥିଲେ | ଆଚରଣ ବିଧି ଲାଗୁ ହେବାପରେ ଏହିଭଳି ସାମଗ୍ରୀ ଉପରେ ରୋକ ଲଗାଇ ଦିଆଯାଏ ଯାହା ନିର୍ବାଚନ ପ୍ରଚାରକୁ ପ୍ରଶୟ ଦେଇଥାଏ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.