Saturday, January 18, 2020

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଏଣିକି ଟ୍ରେନ୍ ଚଳାଚଳ ସହ ସାଟେଲାଇଟ୍ ଲିଙ୍କ୍ : ଇସ୍ରୋ ସହାୟତା ନେବ ରେଳବାଇ

ନୂଆଦିଲ୍ଲୀ ୧୨/୧୨: ଭାରତୀୟ ରେଳ ଇସ୍‌ରୋ ସହ ମିଶି ଯାତ୍ରୀଙ୍କୁ ଠିକ୍ ସମୟରେ ଗନ୍ତବ୍ୟ ପଥରେ ପହଞ୍ଚାଇବା ପାଇଁ ନୂଆ ଟେକ୍ନୋଲୋଜି ଉପରେ କାମ କରୁଛି। ଇସ୍ରୋ ଟ୍ରେନର ପ୍ରକୃତ ସମୟ ଟ୍ରାକିଙ୍ଗ୍ ପାଇଁ ବ୍ୟବହାର କରାଯିବ। ରେଲଓ୍ବେ ନିଜ ତ୍ରିସ୍ତରୀୟ ଉପାୟକୁ ଅଲଗା ଅଲଗା ପ୍ରୋଜେକ୍ଟ ଜରିଆରେ ଲାଗୁ କରିବାର ନିଷ୍ପତ୍ତି ନେଇଛି। ଭାରତୀୟ ରେଳ ନିଜର ଏହି ପ୍ଲାନରେ ଗ୍ଲୋବାଲ୍ ପୋଜିସନିଙ୍ଗ ସିଷ୍ଟମ୍ ଅର୍ଥାତ୍ ଜିପିଏସ,ଇସ୍ରୋର ସାଟେଲାଇଟ୍,ସିସିଟିଭି ଏବଂ ଓ୍ବାଇ-ଫାଇ ଭଳି ପଦ୍ଧତି ଗୁଡ଼ିକ ଖୁବ୍ ଶୀଘ୍ର  ଜୋରଦାର ଆରମ୍ଭ କରିବ ଯାହା ଦ୍ବାରା ଯାତ୍ରୀଙ୍କୁ ଆରାମଦାୟକ ବାତାବରଣ ଏବଂ ସୁରକ୍ଷିତ ସ୍ଥାନ ପାଇବା ପାଇଁ ରେଲଓ୍ବେ ସଫଳ ହେବ।

ଏବେ ଭାରତୀୟ ରେଳ ଯାତ୍ରୀଙ୍କୁ ଠିକ୍ ସମୟରେ ତାଙ୍କ ଗନ୍ତବ୍ୟକୁ ପହଞ୍ଚାଇବାକୁ ସ୍ଥିର କରିଛି ଏବଂ ଏଥିପାଇଁ ସେ ଇସ୍ରୋର ସାହାଯ୍ୟ ନେବ। ଏହା ବ୍ୟତୀତ ଯାତ୍ରୀଙ୍କୁ ବଡ଼ ଷ୍ଟେସନରେ ଜବରଦସ୍ତ ସ୍ପିଡ ଥିବା ଓ୍ବାଇ-ଫାଇ ମଧ୍ୟ ମିଳିବ।

161 Views

   ସମ୍ବନ୍ଧିତ ଖବର


Loading...