Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା, ବୁଧବାର ମୁଖ୍ଯ ଅଭିଯୁକ୍ତ ବିବନର ହେବ ଟିଆଇ ପରେଡ
  • ||
  • ଭୁବନେଶ୍ବର : ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା, ମୁଖ୍ଯ ଅଭିଯୁକ୍ତ ବିବନକୁ ୨ ଦିନିଆ ରିମାଣ୍ଡରେ ନେବ ସିବିଆଇ
  • ||
  • ଆଠଗଡ : ଟାୟାର ଫାଟି ଓଲଟିଲା ଟ୍ରକ୍, ଡ୍ରାଇଭର ଆହତ
  • ||
  • ବାଲେଶ୍ବର : ସୋସିଆଲ୍ ମିଡିଆରେ ସ୍ତ୍ରୀର ଉଲଗ୍ନ ଫଟୋ : ସ୍ବାମୀକୁ ଗିରଫ କରି ଦଫା ଲଗାଇଛି ପୋଲିସ, ଅଭିଯୁକ୍ତ କହୁଛି- ମୁଁ ଅପଲୋଡ୍ କରିନି
  • ||
  • ନୂଆପଡା : ୫ ଡକାୟତ ଗିରଫ, ଲୁଟ୍ ହୋଇଥିବା ଟଙ୍କା ସହ ଅଳଙ୍କାର ଜବତ
  • ||
  • ଭୁବନେଶ୍ବର : ୧୦ ବରିଷ୍ଠ ଅଧିକାରୀଙ୍କୁ ୧୦ ଜିଲ୍ଲା ଦାୟିତ୍ବ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୧୭ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୪ କୋଭିଡ୍ ପଜିଟିଭ୍, ୩୩୭୩୫୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ଭିସୁଟ୍‌ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ରିପୋର୍ଟ ଥିଲା ଭୁଲ୍, ଆଣ୍ଟିଜେନ୍ କିଟ୍ ଖରାପରୁ ୨୫ଜଣଙ୍କର ରିପୋର୍ଟ ଆସିଥିଲା ପଜିଟିଭ୍
  • ||
  • କୋରାପୁଟ : ଜବତ ହେଲା ୭ କୋଟି ୯୦ ଲକ୍ଷ ଟଙ୍କାର ଜାଲ ନୋଟ୍, ୩ ଅଟକ
  • ||

ହାଓ୍ବଡା-କାଲ୍‌କା ମେଲ୍‌ର‌ ବଦଳିଲା ନାଁ, ଏଣିକି ଚାଲିବ ‘ନେତାଜୀ ଏକ୍ସପ୍ରେସ୍’

20/01/2021 at 12:35 PM

ନୂଆଦିଲ୍ଲୀ ୨୦।୧: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୪ତମ ଜନ୍ମ ଜୟନ୍ତୀ ଅବସରରେ ଭାରତୀୟ ରେଳବାଇ କୋଲକାତା ହାଓ୍ବଡାରୁ ଭାୟା ଦିଲ୍ଲୀ ହୋଇ କାଲକା ପର୍ଯ୍ୟନ୍ତ ଯାଉଥିବା କାଲକା ମେଲ୍ ଏକ୍ସପ୍ରେସର ନାଁ ପରିବର୍ତ୍ତନ କରିଛି । ଏହାକୁ ନେଇ ରେଳ ମନ୍ତ୍ରୀ ପୀୟୁଷ ଗୋୟଲ ଟ୍ବିଟ୍ କରି ସୂଚନା ଦେଇଛନ୍ତି ।

ଟ୍ବିଟ୍ ରେ ଉଲ୍ଲେଖ ରହିଛି ଯେ, କାଲକା ମେଲ୍ ଏକ୍ସପ୍ରେସ୍ ର ନାଁ ନେତାଜୀ ଏକ୍ସପ୍ରେସ୍ କରିଦିଆଯାଇଛି । ଉଲ୍ଲେଖଯୋଗ୍ୟ ଯେ, କେନ୍ଦ୍ର ସରକାର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀକୁ ପରାକ୍ରମ ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଛନ୍ତି । କାଲକା ମେଲ୍ ଟ୍ରେନ୍ ତାର ପୁରୁଣା ନମ୍ବର ୧୨୩୧୧ ଅପ୍ ଏବଂ ୧୨୩୧୨ ଡାଉନ୍ ନେତାଜୀ ଏକ୍ସପ୍ରେସ୍ ହୋଇ ଚଳାଚଳ କରିବ ।

ଉଲ୍ଲେଖଯୋଗ୍ୟ ଯେ, ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ନେଇ କୌଣସି ମୁହୂର୍ତ୍ତରେ ନିର୍ବାଚନ ଆୟୋଗ ଘୋଷଣା କରିପାରନ୍ତି । ଏମିତିରେ କେନ୍ଦ୍ର ସରକାର ପଶ୍ଚିମବଙ୍ଗର ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି । ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୪ତମ ଜୟନ୍ତୀ ଏବଂ ୧୨୫ତମ ଜୟନ୍ତୀ ବର୍ଷର ଶୁଭାରମ୍ଭ ଅବସରରେ କୋଲକତାରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହେବେ ।

   Related Posts