ଏୟାରପୋର୍ଟ ଭଳି ରେଳ ଷ୍ଟେସନରେ ବି ଏଥର ଅନ୍ୟୂନ୨୦ ମିନିଟ୍ ପୂର୍ବରୁ ଯାତ୍ରୀଙ୍କୁ ଷ୍ଟେସନରେ ପହଞ୍ଚିବାକୁ ହେବ, ନହେଲେ ନୋ ଏଣ୍ଟ୍ରି

Published By : Prameya-News7 Bureau | January 07, 2019 IST

ଭୁବନେଶ୍ବର ୭|୧: ଖୁବ୍ ଶୀଘ୍ର ବଦଳିବ ରେଳ ଷ୍ଟେସନର ବ୍ୟବସ୍ଥା । ରେଳ ଷ୍ଟେସନରେ ଏୟାରପୋର୍ଟ ଭଳି ସୁରକ୍ଷା ବ୍ୟବସ୍ଥା କରିବାକୁ ଚିନ୍ତା କରୁଛି ରେଳ ବିଭାଗ । ପ୍ରସ୍ତାବ ଅନୁଯାୟୀ, ଟ୍ରେନ୍ ଛାଡ଼ିବାର କମସେ କମ୍ ୨୦ ମିନିଟ୍ ପୂର୍ବରୁ ଯାତ୍ରୀଙ୍କୁ ଷ୍ଟେସନରେ ପହଞ୍ଚିବାକୁ ହେବ । ପ୍ରଥମ ପର୍ଯ୍ୟାୟରେ ଦେଶର ୨୦୨ଟି ଷ୍ଟେସନରେ ଏହା ଲାଗୁ ହେବ । ତାଲିକାରେ ଭୁବନେଶ୍ବର ନାଁ ମଧ୍ୟ ଥିବା ଚର୍ଚ୍ଚା ହେଉଛି । ତେବେ କେବେ ସୁଦ୍ଧା ନୂଆ ବ୍ୟବସ୍ଥା ଲାଗୁ ସେ ନେଇ ଚୁଡ଼ାନ୍ତ ନିଷ୍ପତ୍ତି ହୋଇ ନାହିଁ ।

{"id":71356}

ଏଣିକି ରେଳ ଷ୍ଟେସନରେ ହେବ ଏୟାରପୋର୍ଟ ଭଳି ବ୍ୟବସ୍ଥା ।  କଡ଼ା ହେବ ସୁରକ୍ଷା ପ୍ରକ୍ରିୟା ।   ଦେଶର୨୦୨ଟି ରେଳ ଷ୍ଟେସନରେ ପ୍ରାଥମିକ ପର୍ଯ୍ୟାୟରେ ଏହି ବ୍ୟବସ୍ଥା ଲାଗୁ ନେଇ ରେଳ ବିଭାଗ ଚିନ୍ତା କରୁଛି । ଆଉ ଏହି ତାଲିକାରେ ସାମିଲ ହୋଇପାରେ ଭୁବନେଶ୍ବର ଷ୍ଟେସନ । ପ୍ରସ୍ତାବ ଅନୁଯାୟୀ, ଟ୍ରେନ୍ ଛାଡ଼ିବାର କମସେ କମ୍ ୨୦ ମିନିଟ୍ ପୂର୍ବରୁ ଯାତ୍ରୀଙ୍କୁ ଷ୍ଟେସନରେ ପହଞ୍ଚିବାକୁ ହେବ । ଇଣ୍ଟିଗ୍ରେଟେଡ ସିକ୍ୟୁରିଟି ସିଷ୍ଟମର ବ୍ୟବସ୍ଥା ହେବ । କଡ଼ା ଯାଞ୍ଚ ପ୍ରକିୟା ପରେ ହିଁ ଷ୍ଟେସନ ମଧ୍ୟକୁ ଯାତ୍ରୀ ଓ ଲଗେଜ ପ୍ରବେଶର ଅନୁମତି ମିଳିବ । ପ୍ଲାଟଫର୍ମରେ ଆଧୁନିକ ଟେକ୍ନୋଲୋଜି ସହ ଅଧିକରୁ ଅଧିକ ସିସିଟିଭିର ବ୍ୟବହାର କରାଯିବ । ଚାରିଦିଗରୁ ଷ୍ଟେସନକୁ ସଂପୂର୍ଣ୍ଣ ପାଚେରୀରେ ଘେରା ଯିବ ।

{"id":71357}

ନୂଆ ବ୍ୟବସ୍ଥାକୁ ନେଇ ଯେଉଁ ଯୋଜନା ହେଉଛି ତାକୁ ନେଇ ଯାତ୍ରୀ ଖୁସି ବ୍ୟକ୍ତ କରିଛନ୍ତି । ବର୍ଷ ବର୍ଷର ପୁରୁଣା ନିୟମ ବଦଳୁଥିଲେ ବି ସୁରକ୍ଷା ଦୃଷ୍ଟିରୁ ଏହାକୁ ସବୁ ମହଲରୁ ସ୍ବାଗତ କରାଯାଇଛି । ଏହା ଦ୍ବାରା କେବଳ ସୁରକ୍ଷା ନୁହେଁ, ବିନା ଟିକଟରେ ଯାତ୍ରା ଉପରେ ବି ରୋକ୍ ଲାଗି ପାରିବ । ତେବେ ଭୁବନେଶ୍ବର ଷ୍ଟେସନରେ ଏହି ସବୁ ବ୍ୟବସ୍ଥା ଲାଗୁ ଲାଗି ପର୍ଯ୍ୟାପ୍ତ ସୁବିଧା ନାହିଁ । ଏ ନେଇ ସ୍ଥାନୀୟ ରେଳ ଅଧିକାରୀଙ୍କ ସହ ଯୋଗାଯୋଗ କରିବାରୁ ସେ କହିଥିଲେ, ଏବେ ସୁଦ୍ଧା ନୂଆ ବ୍ୟବସ୍ଥା ଲାଗୁ ନେଇ ଚୁଡ଼ାନ୍ତ ନିଷ୍ପତ୍ତି ହୋଇ ନାହିଁ । ଯଦି ମନ୍ତ୍ରାଳୟ ସେ ଭଳି ନିଷ୍ପତ୍ତି ନିଏ, ଏହାକୁ ଲାଗୁ କରିବାକୁ ସମସ୍ତ ପଦକ୍ଷେପ ନିଆଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.