INDIAN RAILWAYSର ଘୋଷଣା, ରଦ୍ଦ ହୋଇଥିବା ସମସ୍ତ ଟ୍ରେନର ଟିକେଟ୍ ପଇସା ସଂପୂର୍ଣ୍ଣ ଫେରସ୍ତ ହେବ

Published By : Prameya-News7 Bureau | April 14, 2020 IST

ନୂଆଦିଲ୍ଲୀ ୧୪।୦୪: କରୋନା ଭାଇରସ୍‌ର ପ୍ରକୋପକୁ ରୋକିବା ପାଇଁ ଦେଶରେ ୨୧ ଦିନିଆ ଜାରି ଲକ୍‌ଡାଉନ୍‌ ଅବଧିକୁ ମେ ୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପ୍ରଥମ ଲକ୍‌ଡାଉନ୍‌ର ଅବଧି ଏପ୍ରିଲ ୧୪ରେ ଶେଷ ହେବାର ଥିଲା। ତେଣୁ ଲୋକେ ଏପ୍ରିଲ ୧୫ ପରଠୁ ଯାତ୍ରା ପାଇଁ ଟ୍ରେନ୍ ଟିକେଟ୍ ବୁକିଂ କରିଥିଲେ। ଏବେ ଭାରତୀୟ ରେଲଓ୍ଵେ ମଙ୍ଗଳବାର କହିଛି ଯେ, ମେ ୩ ପର୍ଯ୍ୟନ୍ତ ରଦ୍ଦ ହୋଇଥିବା ଟ୍ରେନର ଅନଲାଇଟ୍ ଟିକେଟ୍ ବୁକିଂ କରିଥିବା ଲୋକଙ୍କ ପାଖକୁ ସ୍ଵତଃ ପ୍ରବୃତ ଭାବେ ପଇସା ଫେରସ୍ତ  ହୋଇଯିବ। କାଉଣ୍ଟରରେ ଟିକେଟ୍ କାଟିଥିବା ଲୋକ  ଜୁଲାଇଇ ୩୧ ସୁଦ୍ଧା ନିଜର ପଇସା ନେଇ ପାରିବେ। ରେଲଓ୍ଵେ କହିଛି ଯେଉଁ ଟ୍ରେନ୍ ରଦ୍ଦ ହୋଇ ନାହିଁ ଏହାର ଅଗ୍ରୀମ ବୁକିଂ କରିଥିବା ଯାତ୍ରୀଙ୍କୁ ସଂପୂର୍ଣ୍ଣ ଅର୍ଥ ଫେରସ୍ତ କରାଯିବ।

ରେଲଓ୍ଵେ କହିଛି ଆଗାମୀ ଆଦେଶ ପର୍ଯ୍ୟନ୍ତ ଇ-ଟିକେଟ୍ ଟ୍ରେନର ଆଡଭାନ୍ସ ବୁକିଂ ହେବ ନାହିଁ।  ମାତ୍ର ଅନଲାଇନ୍ ଟିକେଟ୍ ରଦ୍ଦ କରାଯିବାର ସୁବିଧା ଜାରି ରହିବ। ମେ ୩ ପର୍ଯ୍ୟନ୍ତ ରଦ୍ଦ ହୋଇଥିବା ଟ୍ରେନର ଟିକେଟ୍ ବୁକ୍ କରିଥିବା ଯାତ୍ରୀଙ୍କ ଟଙ୍କା ସ୍ଵତ ପ୍ରବୃତଃ ଭାବେ ସେମାନଙ୍କ ଆକାଉଣ୍ଟକୁ ଫେରିଯିବ। କାଉଣ୍ଟରରୁ ଟିକେଟ୍ କାଟିଥିବା ଯାତ୍ରା ଜୁଲାଇ ୩୧ ଭିତରେ ନିଜର ପଇସା ନେଇ ପାରିବେ।

ଏହା ପୂର୍ବରୁ ରେଲଓ୍ଵେ ମେ ୩ ପର୍ଯ୍ୟନ୍ତ ଯାତ୍ରୀ ସେବା ନିଲମ୍ବିତ କରି କହିଥିଲା ଯେ, କୋଭିଡ୍-୧୯ ଲକ୍‌ଡାଉନ୍‌କୁ ଦୃଷ୍ଟିରେ ରଖି ଭାରତୀୟ ରେଲଓ୍ଵେ ପ୍ରିମିୟମ ଟ୍ରେନ, ମେଲ୍/ଏକ୍ସପ୍ରେସ୍ ଟ୍ରେନ, ଯାତ୍ରୀବାହୀ ଟ୍ରେନ୍, ଉପନଗରୀୟ ଟ୍ରେନ, କୋଲକାତା ମେଟ୍ରୋ ରେଲ, କୋଙ୍କଣ ରେଲଓ୍ଵେ ସହିତ ସମସ୍ତ ଯାତ୍ରୀ ସେବା  ମେ ୩ ରାତି ୧୨ଟା ପର୍ଯ୍ୟନ୍ତ ନିଲମ୍ବିତ କରିବାକୁ ନିଷ୍ପତ୍ତି ନେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.