Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ବଡ ଖବର : ଜୁନ୍ ୩୦ ଯାଏଁ ଚାଲିବନି ରେଗୁଲାର ଟ୍ରେନ୍, ରେଲବାଇ କ୍ୟାନସେଲ୍ କଲା ସମସ୍ତ ଟିକେଟ୍

14/05/2020 at 11:12 AM

ନୂଆଦିଲ୍ଲୀ ୧୪/୦୫ : ଭାରତୀୟ ରେଳବାଇ ଏକ କଡା ନିଷ୍ପତ୍ତି ନେଇଛି | ରେଳବାଇ ଜୁନ ୩୦ ଯାଏଁ ବୁକ ହୋଇଥିବା ସମସ୍ତ ଟିକେଟ କ୍ୟାନସେଲ କରିଦେଇଛି | ଅର୍ଥାତ ଜୁନ ୩୦ ଯାଏଁ କୌଣସି ରେଗୁଲାର ଟ୍ରେନ ଚାଲିବ ନାହିଁ | ବର୍ତ୍ତମାନ କୌଣସି ନୂଆ ରିଜର୍ଭେସନ ଗ୍ରହଣ କରାଯିବ ନାହିଁ | ରେଳବାଇ ଅନୁଯାୟୀ, ବର୍ତ୍ତମାନ ଶ୍ରମିକ ସ୍ପେଶାଲ ଟ୍ରେନ ଏବଂ ସ୍ପେଶାଲ ଟ୍ରେନ ହିଁ ଚାଲିବ | ରିପୋର୍ଟ ଅନୁଯାୟୀ, ଭାରତୀୟ ରେଳବାଇ ସୂଚନା ଦେଇଛି ଯେ, ଯେଉଁ ଯାତ୍ରୀଙ୍କ ଟିକେଟ କ୍ୟାନସେଲ କରାଯାଇଛି ତାଙ୍କୁ ଆଇଆରସିଟିସି ତରଫରୁ ଖୁବ ଶୀଘ୍ର ତାଙ୍କ ଟଙ୍କା ଫେରସ୍ତ କରିଯିଆଯିବ |

ଲକ ଡାଉନ ଯୋଗୁଁ ମାର୍ଚ୍ଚ ୨୨ ତାରିଖରୁ ଦେଶରେ ସମସ୍ତ ରେଳସେବା ବନ୍ଦ ରହିଛି | ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ଆଇଆରସିଟିସି ରେ ଟିକେଟ ରିଜର୍ଭେସନ ହେଉଥିଲା | ମାର୍ଚ୍ଚ ୨୨ ତାରିଖ ପୂର୍ବରୁ ଲକ୍ଷ ଲକ୍ଷ ଲୋକ ଅନଲାଇନ ଟିକେଟ ବୁକ କରିଥିଲେ | ଅନେକ ଲୋକ ଟିକେଟ କାଉଣ୍ଟରରୁ ମଧ୍ୟ ଟିକେଟ କିଣିଥିଲେ | କିନ୍ତୁ ଲକ ଡାଉନ ଘୋଷଣା ପରେ ଟ୍ରେନ ସେବା ବନ୍ଦ କରିଦିଆଯାଇଥିଲା | ଫଳରେ ଯାତ୍ରୀଙ୍କ ଟଙ୍କା ଫେରସ୍ତ ହୋଇପାରିନଥିଲା | ବର୍ତ୍ତମାନ ଏହିସବୁ ଟିକେଟ କ୍ୟାନସେଲ କରିଦିଆଯାଇଛି ଏବଂ ଖୁବ ଶୀଘ୍ର ରିଫଣ୍ଡ ମଧ୍ୟ କରାଦିଆଯିବ |

OLYMPUS DIGITAL CAMERA

ଏହା ପୂର୍ବରୁ ବୁଧବାର, ମେ ୧୩ ତାରିଖ ସନ୍ଧ୍ୟାରେ ଭାରତୀୟ ରେଳବାଇ ଘୋଷଣା କରିଥିଲା ଯେ ମେ ୨୨ ତାରିଖରୁ ସ୍ପେଶାଲ ଟ୍ରେନରେ ଲିମିଟେଡ଼ ୱେଟିଂ ଲିଷ୍ଟ ଆରମ୍ଭ ହେବ | ଆସନ୍ତା କିଛି ଦିନ ମଧ୍ୟରେ ରେଳବାଇ ଘୋଷଣା କରିବ ଯେ କେଉଁ କେଉଁ ଟ୍ରେନରେ ଏହି ସୁବିଧା ଉପଲବ୍ଧ ହେବ | ମେ ୧୫ ତାରିଖରୁ ଟିକେଟ ବୁକ କଲେ ଯାତ୍ରୀଙ୍କୁ ୱେଟିଂ ଲିଷ୍ଟ ସୁବିଧା ମିଳିବ | ତେବେ ୱେଟିଂ ଲିଷ୍ଟର ଏକ ନୂଆ ସୀମା ରହିବ | ୩ ଟାୟାର ଏସି ପାଇଁ ୧୦୦, ୨ ଟାୟାର ଏସି ପାଇଁ ୫୦, ସ୍ଲିପର କ୍ଲାସ ପାଇଁ ୨୦୦, ଚେୟାର କାର ପାଇଁ ୧୦୦ ଓ ଫାଷ୍ଟ  କ୍ଲାସ ଏସି ଓ ଏକଜିକ୍ୟୁଟିଭ କ୍ଲାସ ପାଇଁ ୨୦-୨୦ ଲେଖାଏଁ ସୀମା ରଖାଯାଇଛି | କନଫର୍ମ ଟିକେଟ ପାଇଁ ଟଣାଓଟରା ପ୍ରୟାସକୁ କମ କରିବା ପାଇଁ ରେଳବାଇ ଏହିଭଳି ନିଷ୍ପତ୍ତି ନେଇଛି | ରେଳବାଇ ଆଉ ଏକ ମହତ୍ୱପୂର୍ଣ୍ଣ ଘୋଷଣା କରିଛି | ଯେଉଁଲୋକଙ୍କ କାରଣ ଭାଇରସ ଲକ୍ଷଣ ଯୋଗୁଁ ଟ୍ରେନ ଯାତ୍ରା ପାଇଁ ଅନୁମତି ମିଳିବନି ସେମାନଙ୍କ ଟିକେଟର ପୁରା ଟଙ୍କା ଫେରସ୍ତ କରାଯିବ |

   Related Posts