ଦିଲ୍ଲୀ ନିଜାମୁଦ୍ଦିନ ଷ୍ଟେସନରେ ନିୟୋଜିତ କର୍ମଚାରୀ କରୋନା ସଂକ୍ରମିତ

Published By : Prameya-News7 Bureau | April 08, 2020 IST

ନୂଆଦିଲ୍ଲୀ ୦୮/୦୪ : ଦିଲ୍ଲୀରେ ରେଳବାଇର ଜଣେ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଛନ୍ତି | ସେ ନିଜାମୁଦ୍ଦିନ ରେଳ ଷ୍ଟେସନରେ ନିୟୋଜିତ ଥିଲେ | ୫୯ ବର୍ଷ ବୟସ୍କ ଏହି କର୍ମଚାରୀ ସଂରକ୍ଷଣ ସୁପରଭାଇଜର ଭାବେ କାର୍ଯ୍ୟରତ ଥିଲେ | କିଛି ମାସ ପରେ ସେ ଅବସର ନେଇଥାନ୍ତେ |

ଉତ୍ତର ରେଳବାଇ ଅନୁଯାୟୀ, କରୋନା ଚିହ୍ନଟ ହେବାପରେ ସେଣ୍ଟ୍ରାଲ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା | ତାଙ୍କ ଯୋଗୁଁ ହସ୍ପିଟାଲର ଡାକ୍ତରଙ୍କ ସମେତ ୧୫ ଜଣ କର୍ମଚାରୀ ସଂକ୍ରମିତ ହୋଇଛନ୍ତି | ଏହି କର୍ମଚାରୀଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନଥିବା ଯୋଗୁଁ ସେ ମାର୍ଚ୍ଚ ୩୧ ତାରିଖରେ ହସ୍ପିଟାଲକୁ ଆସିଥିଲେ | ଏହାପରେ ସେ ପୁଣି ଏପ୍ରିଲ ୨ ତାରିଖରେ ହସ୍ପିଟାଲ ଆସିଥିଲେ | ପ୍ରାଥମିକ ପରୀକ୍ଷାରେ ଜଣାପଡ଼ିନଥିଲା | 

ଉତ୍ତର ରେଳବାଇର ଜନ ସମ୍ପର୍କ ଅଧିକାରୀ ଦୀପକ କୁମାରଙ୍କ କହିବାନୁଯାୟୀ, ଏପ୍ରିଲ ୨ ତାରିଖରେ ଏହି କର୍ମଚାରୀ ହସ୍ପିଟାଲରେ ଭର୍ତ୍ତି ହେବା ପାଇଁ ଆସିଥିଲେ | ସେଦିନ ତାଙ୍କର ଏମଆଇଆର ଓ ସିଟି ସ୍କାନ କରାଯାଇଥିଲା | ଡ.ଲାଲପାଥୋ ଲ୍ୟାବରେ ମଧ୍ୟ ତାଙ୍କର ପରୀକ୍ଷା କରାଯାଇଥିଲା | ଏପ୍ରିଲ ୬ ତାରିଖରେ ରିପୋର୍ଟ ଆସିବା ପରେ ଜଣାପଡିଥିଲା ସେ କରୋନାରେ ଆକ୍ରାନ୍ତ | ତାଙ୍କୁ ବର୍ତ୍ତମାନ ରାମ ମନୋହର ଲୋହିଆ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି |

ପୀଡିତ କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିବା ସେଣ୍ଟ୍ରାଲ ହସ୍ପିଟାଲର ୧୫ ଜଣଙ୍କୁ ଆଇସୋଲେସନରେ ରଖାଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.