Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ସେପ୍ଟେମ୍ବର ୨୧ରୁ ଦେଶରେ ଚାଲିବ ୨୦ ଯୋଡା ସ୍ୱତନ୍ତ୍ର Clone ଟ୍ରେନ୍, ମିଳିବ ଏହି ସବୁ ସୁବିଧା

18/09/2020 at 9:38 PM

ନୂଆଦିଲ୍ଲୀ ୧୮।୯:  ରେଳବାଇ ସେପ୍ଟେମ୍ବର ୨୧ ତାରିଖରୁ ଦେଶରେ ୨୦ ଯୋଡା କ୍ଲୋନ ଟ୍ରେନ୍‌ ଚଳାଇବେ। କେତେକ ବିଶେଷ ରୁଟରେ ଏହି ସବୁ ଟ୍ରେନ୍‌ ଚଳାଚଳ କରିବାକୁ ଥିବା ବେଳେ ଏବେ ଯାତ୍ରୀଙ୍କୁ କନଫର୍ମ ଟିକେଟ୍‌ ଲାଗି ଆଉ ପୂର୍ବ ଭଳି ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ ବୋଲି ଜଣାପଡିଛି। ତେବେ ଆସନ୍ତୁ ଜାଣିବା କଣ ଏହି କ୍ଲୋନ ଟ୍ରେନ୍‌।

କୌଣସି ଓରିଜିନାଲ ଟ୍ରେନର ନାମ ଓ ହିସାବରେ ଚଳାଯାଉଥିବା ଟ୍ରେନକୁ କ୍ଲୋନ୍‌ ଟ୍ରେନ୍‌ କୁହାଯାଏ। କୌଣସି ବିଶେଷ ରୁଟରେ ଯାତ୍ରୀଙ୍କ ଚାହିଦାକୁ ଦେଖି ଏପରି ଟ୍ରେନ ଚଳାଯାଏ। ସେହିପରି ଯେଉଁ ମାର୍ଗରେ ଟ୍ରେନର ଅଧିକ ଚାହିଦା ଥାଏ ସେଠାରେ ନୂଆ ଟ୍ରେନ ନ ଚଳାଇ ସେହି ଭଳି ଆଉ ଏକ ଟ୍ରେନ୍‌ ଚଳାଇବା ମଧ୍ୟ କ୍ଲୋନ୍‌ ଟ୍ରେନ କୁହାଯାଏ। ଯାହା ବର୍ଦ୍ଧିତ ଯାତ୍ରୀସଂଖ୍ୟାର ଆବଶ୍ୟକତା ପୂରଣରେ ସହାୟକ ହୁଏ।

ଏପରି ଟ୍ରେନରେ ଯାତ୍ରା ମୂଳ ଟ୍ରେନ୍‌ ଅପେକ୍ଷା ଅଧିକ ଆରାମପ୍ରଦ ଓ ସୁବିଧାଜନକ। କାରଣ ଏହା ମୂଳ ଟ୍ରେନ୍ ଅପେକ୍ଷା ଅଧିକ ଦ୍ରୁତଗାମୀ ଓ ମୂଳ ଟ୍ରେନ ଅପେକ୍ଷା ଏହାର ରହଣୀ ସ୍ୱଳ୍ପ। ଏହା ଛଡା ଏହା ସମ୍ପୂର୍ଣ୍ଣ ଥାର୍ଡ ଏସି ଟ୍ରେନ୍‌। ଏପରି ଟ୍ରେନ ଲାଗି ୧୦ ଦିନ ପୂର୍ବରୁ ଆରକ୍ଷଣ ହୁଏ। ମୂଳ ଟ୍ରେନର ଯାତ୍ରା ପୂର୍ବରୁ ଏହା ଗନ୍ତବ୍ୟ ଅଭିମୁଖେ ବାହାରିଯାଏ।  ଦେଶରେ ଲକଡାଉନ୍‌ ଉଠିବା ପରଠାରୁ ଅଧିକ ସ୍ପେଶାଲ ଟ୍ରେନ୍‌ ଚଳାଯାଉଛି। ଅନଲକ୍ ପ୍ରକ୍ରିୟାରେ ରେଳବାଇ ପୁଣି ଧିରେ ଧିରେ ସ୍ୱାଭାବିକ ହେଉଥିବା ଦେଖାଯାଉଛି।  

   Related Posts