Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

କରୋନାକୁ ହରାଇବା ପାଇଁ ହାତ ବଢାଇଲା ଭାରତୀୟ ରେଲଓ୍ଵେ, PM CARESରେ ଦେବ ୧୫୧ କୋଟି

29/03/2020 at 3:15 PM

ନୂଆଦିଲ୍ଲୀ ୨୯।୦୩: କରୋନା ଭାଇରସ୍ ମୁକାବିଲା ଲାଗି ଭାରତୀୟ ରେଲଓ୍ଵେ ପକ୍ଷରୁ ପିଏ କେୟାର୍ସ ପାଣ୍ଠିରେ ୧୫୧  କୋଟି ଟଙ୍କା ସହାୟତା ରାଶି ଦିଆଯିବ। ରେଳ ମନ୍ତ୍ରୀ ପିୟୂଷ ଗୋଏଲ ରବିବାର ଟୁଇଟ୍ କରି ଏହାର ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ଵାନକ୍ରମେ ମୁଁ ଏବଂ ମୋର ସାଥୀ ରେଳ ରାଷ୍ଟ୍ର ମନ୍ତ୍ରୀ ସୁରେଶ ଅଙ୍ଗଡି ଗୋଟିଏ ମାସର ଦରମା, ରେଲଓ୍ଵେର ୧୩ ଲକ୍ଷ କର୍ମଚାରୀ ଏବଂ ପିଏସୟୁ ସାଥୀଙ୍କ ଗୋଟିଏ ଦିନର ବେତନରୁ ପିଏମ କେୟାର୍ସରେ ୧୫୧ କୋଟି ଟଙ୍କା ସହଯୋଗ ରାଶି ଦିଆଯିବ। ସାଥୀଙ୍କ ସହଯୋଗ ନେଇ ମୁଁ ଅଭିଭୂତ। ମୋର ପ୍ରାର୍ଥନା ଦେଶ ସୁସ୍ଥ ଓ ସୁରକ୍ଷିତ ରହୁ ବୋଲି ପିୟୂଷ ଗୋଏଲ କହିଛନ୍ତି।

ଏହା ପୂର୍ବରୁ ପିୟୂଷ ଗୋଏଲ ଟୁଇଟ୍ ଜରିଆରେ ଏହାର ସୂଚନା ଦେଇଛନ୍ତି ଯେ, ନୂଆଦିଲ୍ଲୀ ସ୍ଥିତ ନିଜାମୁଦ୍ଦୀନ ଓ ଶକୁରବସ୍ତି ରେଲଓ୍ଵେ ଷ୍ଟେସନରେ ୨୦୦୦ ବ୍ୟକ୍ତିଙ୍କ ପାଇଁ ଭୋଜନ ବ୍ୟବସ୍ଥା କରାଯାଇଛି। କରୋନା ବିପଦ ସମୟରେ ଲକ୍‌ଡାଉନ୍‌ରେ ଫସିଥିବା ଲୋକଙ୍କ ପାଇଁ ଭୋଜନର ବ୍ୟବସ୍ଥା କରି ରେଲଓ୍ଵେ ନିଜ ସେବାର ଦାୟିତ୍ଵ ସୁଚାରୁ ରୂପେ ନିର୍ବାହ କରୁଛି।

ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ଭାଇରସର ମୁକାବିଲା ପାଇଁ ଲୋକଙ୍କୁ ସାହାଯ୍ୟ ପାଇଁ ଅପିଲ୍ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଲୋକଙ୍କକୁ ପିଏମ କେୟାର୍ସ ଫଣ୍ଡରେ ସହଯୋଗ ଦେବାକୁ କହିଛନ୍ତି। ଏହା ସହିତ ଆକାଉଣ୍ଟ ନମ୍ବର ମଧ୍ୟ ଜାରି କରାଯାଇଛି।

   Related Posts