Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରତିରକ୍ଷା ରପ୍ତାନୀ କ୍ଷେତ୍ରରେ ମାଇଲ ଖୁଣ୍ଟ : ଫିଲିପାଇନ୍ସକୁ ଧୃବ ହେଲିକପ୍ଟର ବିକ୍ରି କରିବ ଭାରତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୧୫୯ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୮କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୫ କରୋନା ସଂକ୍ରମିତ, ୧୦୫୦୯୫୫ରେ ପହଞ୍ଚିଲା ସଂଖ୍ୟା
  • ||
  • ବାୟୁସେନା ହେଲିକପ୍ଟର କ୍ରାସ୍‌ରେ ଓଡିଆ ଯବାନ ମୃତ, ତାଳଚେରରେ ରାଣା ପ୍ରତାପ ଦାସଙ୍କ ଘର
  • ||
  • ମାତିଲେ ମାଓବାଦୀ : ଜାଳିଲେ ଗାଡ଼ି, ସୁପରଭାଇଜରଙ୍କୁ କଲେ ଅପହରଣ
  • ||
  • ମୁହାଁମୁହିଁ ହେବେ ଶାସକ-ବିରୋଧି : ମମିତା ମେହେର ପ୍ରସଙ୍ଗରେ ବିଧାନସଭା ଘେରିବ ବିଜେପି
  • ||

ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର, ଏହି ଟ୍ରେନ୍ ଗୁଡିକରେ ସଂଯୋଗ ହେବ ଅତିରିକ୍ତ କୋଚ୍

3/06/2021 at 4:55 PM

ନୂଆଦିଲ୍ଲୀ ୩।୬: ରେଳ ଯାତ୍ରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଉତ୍ତର-ପଶ୍ଚିମ ରେଳବାଇ ଦ୍ବାର ସ୍ବତନ୍ତ୍ର ଟ୍ରେନରେ ସେକେଣ୍ଡ କ୍ଲାସ୍ ସ୍ଲିପରର ଅସ୍ଥାୟୀ କୋଚ୍ ସଂଖ୍ୟା ବଢାଇବାକୁ ନିଷ୍ପତ୍ତି ନିଆଯାଇଛି ।

ଯେଉଁ ଟ୍ରେନ୍ ରେ ଅତିରିକ୍ତ କୋଚ୍ ଯୋଡାଯିବାକୁ ରହିଛି ସେଗୁଡିକ ଉଦୟପୁର ସିଟି- ନ୍ୟୁଜଲପାଇଗୁଡି-ଉଦୟପୁର ସିଟି, ବିକାନେର୍-ଦାଦର-ବିକାନେର୍ ଏବଂ ଭଗତ କୀ କୋଠି-ବାନ୍ଦ୍ରା ଟର୍ମିନାସ୍-ଭଗତ କୀ କୋଠି ମଧ୍ୟରେ ଚଳାଚଳ କରିବ । ଅତିରିକ୍ତ କୋଚ୍ ଲଗାଯିବା ଯୋଗୁଁ ଯାତ୍ରୀମାନଙ୍କ ପାଇଁ ଅଧିକ ବର୍ଥ ଉପଲବ୍ଧ ହୋଇପାରିବ ।

ଉତ୍ତର-ପଶ୍ଚିମ ରେଳବାଇର ଡେପୁଟି ଜେନେରାଲ୍ ମ୍ୟାନେଜର ଲେଫ୍ଟନାଣ୍ଟ ଶଶି କିରଣଙ୍କ କହିବା ଅନୁସାରେ ଏହି ସମସ୍ତ ଟ୍ରେନ୍ ଗୁଡିକ-

୧. ଟ୍ରେନ୍ ନମ୍ବର ୦୯୬୦୧/୦୯୬୦୨, ଉଦୟପୁର ସିଟି-ନ୍ୟୁଜଲପାଇଗୁଡି-ଉଦୟପୁର ସିଟି ସାପ୍ତାହିକ ସ୍ବତନ୍ତ୍ରରେ ଉଦୟପୁର ସିଟିରୁ ୦୫.୦୬.୨୧କୁ ନ୍ୟୁଜଲପାଇଗୁଡିରୁ ୦୭.୦୬.୨୧କୁ ୦୧ ସେକେଣ୍ଡ କ୍ଲାସ୍ ସ୍ଲିପର କୋଚ୍ ର ଅସ୍ଥାୟୀ ଭାବେ ବୃଦ୍ଧି କରାଯାଉଛି ।

୨. ଟ୍ରେନ୍ ନମ୍ବର ୦୪୭୦୭/୦୪୭୦୮ରେ, ବିକାନେର୍-ଦାଦର-ବିକାନେର୍ ସ୍ବତନ୍ତ୍ର ଟ୍ରେନ୍ ସେବାରେ ବିକାନେରକୁ ୦୫.୦୬.୨୧ରେ ଏବଂ ଦାଦରରୁ ୦୬.୦୬.୨୧ରେ ୦୧ ସେକେଣ୍ଡ କ୍ଲାସ୍ ସ୍ଲିପର କୋଚ୍ ର ଅସ୍ଥାୟୀ ବୃଦ୍ଧି କରାଯାଉଛି ।

୩. ଟ୍ରେନ୍ ନମ୍ବର ୦୪୮୧୭/୦୪୮୧୮ରେ, ଭଗତ କି କୋଠୀ-ବାନ୍ଦ୍ରା ଟର୍ମିନସ୍-ଭାଗତ କି କୋଠୀ ସ୍ପେଶାଲରେ ଭାଗତ କୀ କୋଠୀରୁ ୦୭.୦୬.୨୧ ରେ ବାନ୍ଦ୍ରା ଟର୍ମିନସରୁ ୦୮.୦୬.୨୧ରେ ୦୧ ସେକେଣ୍ଡ କ୍ଲାସ୍ ସ୍ଲିପର କୋଚକୁ ଅସ୍ଥାୟୀ ବୃଦ୍ଧି କରାଯାଉଛି ।

   Related Posts