Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ପ୍ରବଳ ବର୍ଷାରେ ଧସିଲା ରେଲୱେ ଟ୍ରାକ୍ : ମାଲବାହୀ ଟ୍ରେନ୍‌ର ୩ଟି ବଗି ଲାଇନ୍‌ଚ୍ୟୁତ

7/08/2019 at 8:33 AM

ରାୟଗଡା ୭|୮: ରାୟଗଡାରେ ପ୍ରବଳ ବର୍ଷା ଯୋଗୁଁ ଧସିଲା ରେଲୱେ ଟ୍ରାକ୍‌ । ରାୟଗଡା ଅମ୍ବାଦୋଳା ଷ୍ଟେସନ ନିକଟ ଖାଡିପୁଲିଆ ନିକଟରେ ରେଲୱେ ଟ୍ରାକ୍‌ ଧସିଯାଇଛି । ମାଲବାହୀ ଟ୍ରେନ୍‌ର ୩ଟି ବଗି ଲାଇନଚ୍ୟୁତ ହୋଇଛି ।

ପ୍ରାୟ ୧୦୦ ମିଟର ପାଖାପାଖି ମାଟି ଧୋଇ ହୋଇଯାଇଛି । ଫଳରେ ରାୟଗଡା ଓ ଟିଟଲାଗଡ ମଧ୍ୟରେ ଟ୍ରେନ୍ ଚଳାଚଳ ବନ୍ଦ ରହିଛି । ବିଭିନ୍ନ ସ୍ଥାନରେ ଅଟକିଛି ଯାତ୍ରୀବାହୀ ଟ୍ରେନ୍ ।

ଦୁର୍ଘଟଣା ଯୋଗୁଁ ବିଭିନ୍ନ ଟ୍ରେନକୁ ବାତିଲ କରିବା ସହ କିଛି ଟ୍ରେନ୍‌କୁ ଅନ୍ୟ ରୁଟ୍‌ରେ ଡାଇଭର୍ଟ କରାଯାଇଛି । ଟ୍ରେନ୍ ରୁଟ୍ ପରିବର୍ତ୍ତନ ସମ୍ପର୍କିତ ଖବର ପାଇଁ ୨ଟି ହେଲ୍ପ ଲାଇନ୍ ନଂ ଜାରି କରାଯାଇଛି । ସମ୍ବଲପୁର ପାଇଁ ୯୪୩୭୩୮୬୭୫୯ ଏବଂ ଟିଟିଲାଗଡ ପାଇଁ ୮୪୫୫୮୯୨୮୩୧ ଏବଂ ୯୪୩୭୩୮୬୬୯୩ । ଦୁର୍ଘଟଣା ସ୍ଥାନକୁ ଆକ୍ସିଡ଼େଣ୍ଟ ରିଲିଫ୍ ଟ୍ରେନ୍ ପଠାଯିବା ସହ ଇଞ୍ଜିନିୟରଙ୍କୁ ମଧ୍ୟ ପଠାଯାଇଛି । ପାଣି କମିବା ମାତ୍ରେ ମରାମତି କାମ ଆରମ୍ଭ ହେବ ।

   Related Posts