ରେଳ ଲାଇନ୍ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

Published By : Prameya-News7 Bureau | November 02, 2021 IST

ଆଠଗଡ, ୦୨।୧୧ : ଯୁବକଙ୍କ ମୃତଦେହ ଉଦ୍ଦାର । କଟକ ଜିଲ୍ଲା ଆଠଗଡ ଛଅ ଗାଁ ରେଲଓ୍ୱେ ଟ୍ରାକ୍ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି।

ସୂଚନାନୁସାରେ, ମଙ୍ଗଳବାର ସକାଳେ ଛଅ ଗାଁ ରେଳଓ୍ୱେ ଟ୍ରାକ ନିକଟରେ ମୃତଦେହଟି ପଡିଥିବା ଦେଖିବାକୁ ମିଳିଥିଲା । ଏନେଇ ପୋଲିସକୁ ଖବର ଦିଆଯାଇଥିଲା । ମୃତ ଯୁବକ ଜଣଙ୍କ  ହେଲେ ଗୁରୁଡିଝାଟିଆ ଅନ୍ତର୍ଗତ ଗୋବରା ଗାଁର ରାଜେନ୍ଦ୍ର ଖଟୁଆ । ପରିବାର ଲୋକେ ଆସି ଏହାକୁ ଚିହ୍ନଟ କରିଥିଲେ ।

ତେବେ ମୃତଦେହର ମୁଣ୍ଡରେ ଗଭୀର କ୍ଷତଚିହ୍ନ ଥିବା ଦେଖିବାକୁ ମିଳିଛି ।  ଫଳରେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ଜିଆରପି ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.