Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

ଟ୍ରେନରେ ଧୂମପାନ କଲେ ହେବନି ଜେଲ: ଆଇନ ପରିବର୍ତ୍ତନ ପାଇଁ କେନ୍ଦ୍ର ସରକାରଙ୍କୁ ରେଲୱେର ପ୍ରସ୍ତାବ

7/09/2020 at 2:17 PM

ନୂଆଦିଲ୍ଲୀ ୦୭/୦୯ : କିଛି ପୁରୁଣା ଆଇନରେ ପରିବର୍ତ୍ତନ ଆଣିବା ପାଇଁ ରେଲୱେ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ପଠାଇଛି | ସୂଚନା ଅନୁଯାୟୀ ରେଲୱେ କ୍ୟାବିନେଟକୁ ଯେଉଁ ପ୍ରସ୍ତାବ ପଠାଇଛି ସେଥିରେ ଇଣ୍ଡିଆନ ରେଲୱେ ଆକ୍ଟ ୧୯୮୯ର ଦୁଇଟି ଆଇନ ପରିବର୍ତ୍ତନ କରିବାକୁ ପ୍ରସ୍ତାବ ଦେଇଛି | ପ୍ରସ୍ତାବ ଅନୁଯାୟୀ,  IRA ସେକ୍ସନ ୧୪୪(୨) ରେ ସଂଶୋଧନ କରିବାକୁ ଦାବି ହୋଇଛି | ଟ୍ରେନ କିମ୍ବା ଷ୍ଟେସନରେ ବିଡି ସିଗାରେଟ ଟାଣୁଥିବା ଲୋକଙ୍କୁ ଜେଲ ନ ପଠାଇ ସେମାନଙ୍କ ଠାରୁ ଜରିମାନା ଆଦାୟ କରିବାକୁ ପ୍ରସ୍ତାବ ଦିଆଯାଇଛି | 

ଏହାଛଡା ଇଣ୍ଡିଆନ ରେଲୱେ ଆକ୍ଟ ସେକ୍ସନ ୧୬୭ କୁ ମଧ୍ୟ ସଂଶୋଧନ କରିବାକୁ ପ୍ରସ୍ତାବ ଦିଆଯାଇଛି | ଯଦି ଏହି ସଂଶୋଧନ ସ୍ୱୀକାର କରାଯାଏ ତାହେଲେ ଟ୍ରେନ, ପ୍ଲାଟଫର୍ମ କିମ୍ବା ଷ୍ଟେସନ ପରିସରରେ ଧୂମପାନ କରୁଥିବା ଲୋକଙ୍କୁ ଜେଲ ଦଣ୍ଡ ଦିଆଯିବ ନାହିଁ ବରଂ ତାଙ୍କ ଠାରୁ ଜରିମାନା ଆଦାୟ କରାଯିବ |

ସୂତ୍ର ଅନୁଯାୟୀ, କେନ୍ଦ୍ର ସରକାର ଏହିଭଳି ଅନେକ ଆଇନ ପରିବର୍ତ୍ତନ କିମ୍ବା ସମାପ୍ତ କରିବାକୁ ବିଚାର କରୁଛନ୍ତି ଯାହା ଉପଯୋଗୀ ନୁହେଁ | ଅର୍ଥାତ ଯେଉଁ ଆଇନ ଯୋଗୁଁ ସିଷ୍ଟମରେ ସମସ୍ୟା ଦେଖାଦେଉଛି ତାହାକୁ ସଂଶୋଧିତ କରିବାକୁ ବିଚାର କରୁଛନ୍ତି | ଏଥିପାଇଁ ଭିନ୍ନ ଭିନ୍ନ ମନ୍ତ୍ରାଳୟ ଓ ବିଭାଗରୁ ଏହିଭଳି ବେଆଇନ ନିୟମର ତାଲିକା ମଗାଯାଇଛି |

ଭାରତୀୟ ରେଲୱେର ୧୬୭ ବର୍ଷ ଇତିହାସରେ ପ୍ରଥମଥର ରେଲୱେ ଟିକେଟ ବୁକିଂରୁ ହୋଇଥିବା ଆୟ ଠାରୁ ଅଧିକ ଯାତ୍ରୀଙ୍କୁ ଫେରସ୍ତ କରିଛି | କୋଭିଡ-୧୯ ସଙ୍କଟ ଯୋଗୁଁ ଚଳିତ ଆର୍ଥିକ ବର୍ଷ ଅନେକାଂଶରେ ପ୍ରଭାବିତ ହୋଇଛି | ଚଳିତ ବର୍ଷର ପ୍ରଥମ ତ୍ରୟମାସିକରେ ରେଲୱେ ଯାତ୍ରୀ ଶ୍ରେଣୀ ଆୟରେ ୧୦୬୬ କୋଟି ଟଙ୍କା କ୍ଷତି ହୋଇଛି | ଏହି ସମୟରେ ରେଲୱେ ଯାତ୍ରୀଙ୍କୁ ଟିକେଟ ଭଡା ଫେରସ୍ତ କରିବାରେ ଏପ୍ରିଲ ମାସରେ ୫୩୧.୧୨ କୋଟି ଟଙ୍କା, ମେ ମାସରେ ୧୪୫.୨୪ କୋଟି ଟଙ୍କା ଓ ଜୁନ ମାସରେ ୩୯୦.୬ କୋଟି ଟଙ୍କା କ୍ଷତି ହୋଇଛି |

   Related Posts