Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରାୟ ୩ ଘଣ୍ଟାରେ ରେଲଓ୍ଵେର ବିକ୍ରି ହେଲା ୫୪୦୦୦ ଟିକେଟ୍, ଦେଢ ଘଣ୍ଟା ପୂର୍ବରୁ ଷ୍ଟେସନ ପହଞ୍ଚିବା ଜରୁରୀ

11/05/2020 at 10:15 PM

ନୂଆଦିଲ୍ଲୀ ୧୧।୦୫: ଲମ୍ବା ସମୟ ପରେ ଦେଶରେ ରେଲଓ୍ଵେ ସେବା ଆସନ୍ତାକାଲିଠୁ ଆରମ୍ଭ ହେଉଛି। ରାଜଧାନୀ ନୂଆଦିଲ୍ଲୀରୁ ଦେଶର ୧୫ଟି ସହରରକୁ ୧୫ ଯୋଡା ଟ୍ରେନ୍ ଯାତ୍ରା କରିବ। ଏହି ଟ୍ରେନ୍‌ ଲାଗି ସୋମବାର ସନ୍ଧ୍ୟା ୬ଟାରୁ ଟିକେଟ୍ ବୁକିଂ ଆରମ୍ଭ ହୋଇଥିଲା। ରେଲଓ୍ଵେ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ରାତି ୮ଟା ୪୫ ସୁଦ୍ଧା ପ୍ରାୟ ୩୦ ହଜାର ପିଏନଆର ଜେନେରେଟ୍ କରାଯାଇଛି ଏବଂ ୫୪  ହଜାରରୁ ଅଧିକ ଯାତ୍ରୀଙ୍କ ଟିକେଟ୍ ବୁକିଂ ହୋଇ ସାରିଛି।

ଭାରତୀୟ ରେଲଓ୍ଵେ କିଛି ବଛା ବଛା ରୁଟରେ ମେ ୧୨ରୁ ବାତାନୁକୂଳ ଯାତ୍ରୀବାହୀ ଟ୍ରେନ୍ ସେବା ଆରମ୍ଭ କରୁଛି। ଯାତ୍ରା ସମ୍ବନ୍ଧରେ ରେଲଓ୍ଵେ ପକ୍ଷରୁ ବିସ୍ତୃତ ଗାଇଡ୍‌ ଲାଇନ୍‌ ମଧ୍ୟ ଜାରି କରାଯାଇଛି। ଯାତ୍ରୀଙ୍କୁ ଯାତ୍ରାର ଅତି କମରେ ଦେଢ ଘଣ୍ଟା ପୂର୍ବରୁ ଷ୍ଟେସନରେ ପହଞ୍ଚିବାକୁ ପଡିବ।  ଏହାପରେ ରେଳବାଇ ଯାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବ । ସମ୍ପୂର୍ଣ୍ଣ ସୁସ୍ଥ ଜଣାପଡିବା ପରେ ହିଁ ଯାତ୍ରା ପାଇଁ ଅନୁମତି ମିଳିବ । ଯାତ୍ରୀମାନେ ମାସ୍କ ଲଗାଇବା ବାଧ୍ୟତାମୂଳକ । ଯାତ୍ରାରେ ଏସି କୋଚରେ ଚାଦର, କମ୍ବଳ ଆଦି ମିଳିବ ନାହିଁ । କରୋନା ଭାଇରସ୍‌ ଲକ୍‌ଡାଉନ୍‌ କାରଣରୁ ପ୍ରାୟ ୫୦ ଦିନ ପରେ ଆସନ୍ତାକାଲି ଭାରତୀୟ ରେଲଓ୍ଵେର ଯାତ୍ରୀ ସେବା ଆରମ୍ଭ ହେଉଛି।

   Related Posts