Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ହତ୍ୟା ମାମଲାରେ ଗିରଫ ପରେ ବଢ଼ିଲା ରେସ୍‌ଲରଙ୍କ ଅଡ଼ୁଆ, ସୁଶିଲ କୁମାରଙ୍କୁ ଚାକିରୀରୁ ସସ୍‌ପେଣ୍ଡ କରିବ ରେଳବାଇ

24/05/2021 at 5:38 PM

ନୂଆଦିଲ୍ଲୀ ୨୪/୫: ରେସଲର ସୁଶିଲ କୁମାରଙ୍କ ପାଇଁ ଅଡ଼ୁଆ ବଢ଼ିଲା। ହତ୍ୟାକାଣ୍ଡ ମାମଲାରେ ଗିରଫ ହେବା ପ​‌ରେ ଉତ୍ତର ରେଳବାଇ (ନର୍ଦେନ ରେଲଓ୍ବେ) ତାଙ୍କୁ ଚାକିରୀରୁ ନିଲମ୍ବନ କରିବ ବୋଲି ଜଣାପଡ଼ିଛି। ଏନେଇ ରେଳବାଇ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ପହିଲିମାନ ସାଗର ଧନଖଡ଼ଙ୍କ ହତ୍ୟା ମାମଲାରେ ଗିରଫ ହୋଇଥିବା ଅଲିମ୍ପିକ୍‌ ପଦକ ବିଜେତା ରେସଲର ସୁଶିଲ କୁମାର ନର୍ଦେନ ରେଲଓ୍ବେରେ ବରିଷ୍ଠ କମର୍ସିଆଲ ମ୍ୟାନେଜର ଭାବେ ଚାକିରୀ ପାଇଥିଲେ । ଏହା ସହ ସେ ଛତ୍ରସାଲ ଷ୍ଡାଡିୟମରେ ଓଏମଡି ପଦରେ ଥିଲେ ।

ସ୍କୁଲ ସ୍ତରରେ ପିଲାଙ୍କୁ ପ୍ରଶିକ୍ଷଣ ପାଇଁ ଦିଲ୍ଲୀ ସରକାର ସୁଶିଲ କୁମାରଙ୍କୁ ଛତ୍ରସାଲ୍‌ ଷ୍ଟାଡିୟମରେ ନିଯୁକ୍ତ କରିଥିଲେ। ଦିଲ୍ଲୀ ସରକାରଙ୍କ ପକ୍ଷରୁ ରବିବାର ମାମଲାର ରିପୋର୍ଟ ମିଳିବା ପରେ ନର୍ଦେନ ରେଲ୍ଓ୍ବେ ତାଙ୍କୁ ନିଲମ୍ବିତ କରିବାକୁ ସ୍ଥିର କରିଥିବା ନେଇ ସିପିଆରଓ ଦୀପକ କୁମାର କହିଛନ୍ତି। ୧-୨ ଦିନରେ ପହିଲମାନ ସୁଶିଲଙ୍କୁ ନିଲମ୍ବନ କରାଯାଇପାରେ। କେବେ ଦେଶ ଦୁନିଆର ପହିଲମାନଙ୍କୁ ଧୂଳି ଚଟାଉଥିବା ରେସଲର ଏବେ ଆଇନ୍‌ର ଆଖଡ଼ାରେ ଛିଡ଼ା ହୋଇଛନ୍ତି। ତାଙ୍କ ପାଇଁ ଗୋଟିଏ ପରେ ଗୋଟିଏ ଅଡ଼ୁଆ ବଢ଼ିବାରେ ଲାଗିଛି।

ପହିଲିମାନ ସାଗର ଧନଖଡ଼ଙ୍କ ହତ୍ୟା ମାମଲାରେ ଗିରଫ ହୋଇଥିବା ସୁଶିଲ କୁମାର ଏବେ ପୋଲିସ ରିମାଣ୍ଡରେ ଅଛନ୍ତି। ସମସ୍ତ ମାମଲାକୁ କ୍ରାଇମ୍‌ ବ୍ରାଞ୍ଚକୁ ସ୍ଥାନ କରାଯାଇଛି। ଛତ୍ରସାଲ ଷ୍ଟାଡିୟମ ମାମଲାରେ ସୁଶିଲ କୁମାରଙ୍କ ସହ ଗ୍ୟାଙ୍ଗଷ୍ଟର ନୀରଜ ବାବନାର ଲୋକ ସାମିଲ ଥିଲେ ବୋଲି କୁହାଯାଉଛି। ୪ ମେ’ରେ ଛତ୍ରସାଲ ଷ୍ଟାଡିୟମରେ ଜଣେ ପହିଲିମାନ ସାଗର ଧନଖଣ୍ଡଙ୍କୁ ପିଟି ପିଟି ହତ୍ୟା କରାଯାଇଥିଲା। ଏହି ମାମଲା​‌ରେ ସୁଶିଲ କୁମାର ଏବଂ ତାଙ୍କ ସହଯୋଗୀ ସାମିଲ ଥିବା ଅଭିଯୋଗ ହୋଇଛି। ହତ୍ୟାକାଣ୍ଡ ପରେ ସୁଶିଲ ଫେରର ଥିଲେ। କିନ୍ତୁ ପୋଲିସ ତାଙ୍କୁ ଗିରଫ କରିନେଇଛି।  

   Related Posts