କୌଣସି କ୍ଷେତ୍ରରେ କମ ନୁହନ୍ତି ମହିଳା, ଷ୍ଟେସନରେ କରୁଛନ୍ତି କୁଲି କାମ, ରେଲଓ୍ଵେ କହିଲା ଅସଲି Coolie No 1 କିଏ

Published By : Prameya-News7 Bureau | March 05, 2020 IST

ନୂଆଦିଲ୍ଲୀ ୦୫।୦୩- ଆମ ଦେଶରେ ଆଜି ମହିଳା ପ୍ରତ୍ୟେକ କ୍ଷେତ୍ରରେ ପୁରୁଷଙ୍କ ସହିତ କାନ୍ଧରେ କାନ୍ଧ ମିଶାଇ କାମ କରୁଛନ୍ତି। ଦେଶର ବିକାଶରେ ମହିଳାଙ୍କର ମଧ୍ୟ ସେତିକି ଭାଗିଦାରୀ ରହୁଛି ଯେମିତି ପୁରୁଷଙ୍କର ରହୁଛି। ରେଲଓ୍ଵେ ମନ୍ତ୍ରଣାଳୟ ମଧ୍ୟ ମହିଳାଙ୍କ ଶକ୍ତି ଓ ଉତ୍ସାହକୁ ସଲାମ କରି ସାମାଜିକ ଗଣମାଧ୍ୟମରେ କିଛି ଫଟୋ ସେୟାର କରିଛି ଯାହା ସଂପ୍ରତି ଚର୍ଚ୍ଚାର ବିଷୟ ପାଲଟିଛି। ଏହାକୁ ଫିଲ୍ମ ତାରକା ବହୁତ ପ୍ରଶଂସା କରିଥିବା ବେଳେ କିଛି  ରାଜନେତା ଏହାକୁ ପସନ୍ଦ କରି ନାହାନ୍ତି।

{"id":233318,"sizeSlug":"large"}

ରେଳ ମନ୍ତ୍ରଣାଳୟ  ମାର୍ଚ୍ଚ ୪ରେ ନିଜର ଟୁଇଟର ସରକାରୀ ଟୁଇଟର ଆକାଉଣ୍ଟରେ ମହିଳା କୁଲିଙ୍କ ତିନୋଟି ଫଟୋ ପୋଷ୍ଟ କରି ଲେଖିଛି ଯେ, ରେଳ ମନ୍ତ୍ରଣାଳୟ ପାଇଁ କାମ କରି ଏହି ମହିଳା କୁଲି ଏହା ପ୍ରମାଣିତ କରିଛନ୍ତି ଯେ, ସେମାନେ କାହାରିଠୁ କିଛି କମ୍ ନୁହନ୍ତି। ଆମେ ସେମାନଙ୍କୁ ସଲାମ କରୁଛୁ। ଏହି ଫଟୋରେ ମହିଳା କୁଲି ଯାତ୍ରୀଙ୍କ ସାମାନ ଉଠାଉଥିବା ଦେଖିବାକୁ ମିଳୁଛି। ରେଳ ମନ୍ତ୍ରଣାଳୟର ଏହି ଟ୍ଵିଟ୍ ଲୋକଙ୍କୁ ଖୁବ୍ ପସନ୍ଦ ଆସିଛି। ବଲିଉଡ ଅଭିନେତା ବରୁଣ ଧାଓ୍ଵନ ମଧ୍ୟ ରେଲଓ୍ଵେର ଏହି ଟୁଇଟକୁ ରିଟୁଇଟ୍ କରି ଲେଖିଛନ୍ତି ଯେ, ଏ ହେଉଛନ୍ତି ‘କୁଲି ନମ୍ବର-୧’।

{"id":233319,"sizeSlug":"large"}

ବରୁଣଙ୍କ ଏହି ଟୁଇଟ୍ ପରେ  ଲୋକେ ମଧ୍ୟ ଏହାର ପ୍ରଶଂସା କରି କହିଛନ୍ତି, ମହିଳା କୁଲି ଯେଉଁଭଳି ନିଜ ପରିବାରର ଭରୋଣ ପୋଷଣ ପାଇଁ ଷ୍ଟେସନରେ ସଂଘର୍ଷ କରୁଛନ୍ତି, ବାସ୍ତବରେ ସେମାନେ ସମ୍ମାନ ପାଇବାର ହକଦାର।  ସେମାନଙ୍କର କାମକୁ ଏବଂ ସେମାନଙ୍କୁ ସଲାମ କରିବା ଉଚିତ୍। ମାତ୍ର କଂଗ୍ରେସ ସାଂସଦ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶଶି ଥରୁରଙ୍କୁ ଏହି ଟୁଇଟକୁ ନାପସନ୍ଦ କରିଛନ୍ତି। ସେ ଏହାକୁ ମହିଳାଙ୍କ ପ୍ରତି ଅପମାନ ହୋଇଥିବା କହିଛନ୍ତି।

{"id":233321,"sizeSlug":"large"}

ଥରୁର ମଧ୍ୟ ରେଲଓ୍ଵେର ଏହି ଟୁଇଟକୁ ରିଟୁଇଟ୍ କରି ଲେଖିଛନ୍ତି ଯେ, ଏହା ବହୁତ ଅପମାନଜନକ କଥା। ଏହି ରୁଢିବାଦୀ ଘଟଣାରେ ଲଜ୍ଜା ଲାଗିବା ପରିବର୍ତ୍ତେ ଆମର ରେଳ ମନ୍ତ୍ରଣାଳୟ ଗରିବ ମହିଳାଙ୍କ ଶୋଷଣ ଉପରେ ଗର୍ବ ଅନୁଭବ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.