ସମଲେଶ୍ବରୀ ଏକ୍ସପ୍ରେସ ଦୁର୍ଘଟଣା ଓ ଅଗ୍ନିକାଣ୍ଡ ଘଟଣାର ୨ୟ ପର୍ଯ୍ୟାୟ ତଦନ୍ତ ପାଇଁ ପହଞ୍ଚିଲେ ନିରାପତ୍ତା କମିଶନର

Published By : Prameya-News7 Bureau | July 16, 2019 IST

ରାୟଗଡ ୧୬|୭: ସମଲେଶ୍ବରୀ ଏକ୍ସପ୍ରେସ ଦୁର୍ଘଟଣା ଓ ଅଗ୍ନିକାଣ୍ଡ ଘଟଣାର ଦ୍ବିତୀୟ ପର୍ଯ୍ୟାୟ ତଦନ୍ତ ଆରମ୍ଭ ହୋଇଛି । ତଦନ୍ତ ପାଇଁ ରାୟଗଡାରେ ପହଞ୍ଚିଛନ୍ତି ନିରାପତ୍ତା କମିଶନର । କୋଲକାତାରୁ ନିରାପତ୍ତା କମିଶନର ଆର.କେ. ଶର୍ମାଙ୍କ ନେତୃତ୍ବରେ ଏହି ଟିମ୍ ଆସିଛନ୍ତି ।

{"id":134186}

ସେହିଭଳି ଦୁର୍ଘଟଣାସ୍ଥଳକୁ ଯାଇ ଘଟଣାର ତର୍ଜମା କରି କାରଣ ଖୋଜୁଛି ତଦନ୍ତକାରୀ ଟିମ୍ । ତଦନ୍ତ ପାଇଁ ୬୧ ଜଣ ରେଳ କର୍ମଚାରୀଙ୍କୁ ନୋଟିସ ଜାରି ହୋଇଛି । ଗତ ୨୫ ତାରିଖ ଦିନ ସମଲେଶ୍ବରୀ ଏକ୍ସପ୍ରେସ ଓ ଟାୱାର କାର୍ ମଧ୍ୟରେ ଦୁର୍ଘଟଣା ଘଟି ୩ ରେଳ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.