ସମଲେଶ୍ବରୀ ଏକ୍ସପ୍ରେସ୍‌ରେ ନିଆଁ ଲାଗି ୩ ଜଣଙ୍କ ମୃତ୍ୟୁ ଘଟଣା : ରେଲୱେ ସେଫ୍‌ଟି କମିଶନରଙ୍କ ତଦନ୍ତ

Published By : Prameya-News7 Bureau | June 26, 2019 IST

ରାୟଗଡା ୨୬|୬: ସମଲେଶ୍ବରୀ ଏକ୍ସପ୍ରେସରେ ନିଆଁ ଲାଗି ୩ ଜଣଙ୍କ ମୃତ୍ୟୁ ଘଟଣାରେ ତନାଘନା ଆରମ୍ଭ । ରେଲୱେ ସେଫଟି କମିଶନର୍ ଦୁର୍ଘଟଣାର ତଦନ୍ତ କରୁଛନ୍ତି ।  ସେ ଘଟଣାସ୍ଥଳ ପରିଦର୍ଶନ କରି କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ତାର କାରଣ ଖୋଜିବେ । ଗତକାଲି  ବିଶାଖାପାଟନମ୍ ଡି.ଆର୍.ଏମ୍ ଚେତନ ଶ୍ରୀବାସ୍ତବ ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିଥିଲେ ।

{"id":127328,"width":578,"height":434}

ସେପଟେ ମରାମତି ପରେ କୋରାପୁଟ-ରାୟଗଡା ରୁଟ୍ ରେ ଟ୍ରେନ ଚଳାଚଳ ସ୍ବାଭାବିକ ହୋଇଛି । ଗତକାଲି ହାୱଡ଼ା ଜଗଦଲପୁର ସମଲେଶ୍ବରୀ ଏକ୍ସପ୍ରେସରେ ନିଆଁ ଲାଗିଯାଇଥିଲା ।  ଏଥିରେ ୩ ଜଣ ରେଳ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ, ୨ ଷ୍ଟେସନ ମାଷ୍ଟରଙ୍କ ସହ ୫ ଜଣଙ୍କୁ ଘଟଣାରେ ନିଲମ୍ବନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.