ଧସିଲା ରେଳ ରାସ୍ତା : ଘର ଉପରକୁ ମାଡିଗଲା ମାଟି, ପକ୍କା ଘରେ ଫାଟ

Published By : Prameya-News7 Bureau | February 13, 2020 IST

ମାର୍ଶାଘାଇ ୧୩।୨:  କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଗୋସେଇଁବନ୍ଧଠାରେ ହରିଦାସପୁର-ପାରାଦୀପ ନିର୍ମାଣାଧୀନ ରେଳରାସ୍ତା ଦୁଇ ପଟକୁ ଧସିଯାଇଛି । ଫଳରେ ୩ଟି ପରିବାର ପ୍ରଭାବିତ ହୋଇଛି । ଘର ଉପରକୁ ମାଟି ମାଡି ଆସିଛି । ପକ୍କା ଘରଗୁଡିକରେ ଫାଟ ସୃଷ୍ଟି ହୋଇଛି । ଯାହାକୁ ନେଇ ଏହି ୩ ପରିବାର ସମେତ ଗ୍ରାମବାସୀମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

{"id":223844,"sizeSlug":"large"}

ପୂର୍ବରୁ ଏନେଇ ଗ୍ରାମବାସୀମାନେ ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ ମଧ୍ୟ ପ୍ରଶାସନ କର୍ଣ୍ଣପାତ କରିନଥିଲା । ଏଥିପାଇଁ ଆଜି ଏଭଳି ଘଟଣା ଘଟିଛି ବୋଲି ଗ୍ରାମବାସୀ କହିଛନ୍ତି । ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରାନଗଲେ ପ୍ରଭାବିତ ପରିବାର ଏବଂ ଗ୍ରାମବାସୀ ଜିଲ୍ଲାପାଳଙ୍କ ଅଫିସ ଆଗରେ ଆତ୍ମାହୁତୀ ଦେବାକୁ ଚେତାବନୀ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.