Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

ରେଲଓ୍ଵେ ସୁରକ୍ଷା ବଳର ତଥ୍ୟରୁ ଖୁଲାସା, ଶ୍ରମିକ ସ୍ପେଶାଲ ଟ୍ରେନ୍‌ରେ ପ୍ରାଣ ହରାଇଛନ୍ତି ୮୦ ଜଣ

30/05/2020 at 3:52 PM

ନୂଆଦିଲ୍ଲୀ ୩୦।୦୫: କରୋନା ଭାଇରସ୍‌ ଲକ୍‌ଡାଉନ୍‌ କାରଣରୁ ଦେଶର ଅନେକ ଭାଗରେ ଲକ୍ଷାଧିକ ଶ୍ରମିକ ଫସି ରହିଥିଲେ। ରୋଜଗାର ହରାଇବା ପରେ ପେଟକୁ ଦୁଇ ଓଳି ଦାନା ଦେବାରେ କଷ୍ଟ ହେବାରୁ ଶ୍ରମିକ ବିବଶ ହୋଇ ସଡକ ମାର୍ଗରେ  ବିପଦଜ୍ଜନକ ଯାତ୍ରା କରି ଘରମୁହାଁ ହେଲେ। ଏହା ପରେ ସରକାରଙ୍କ ପକ୍ଷରୁ ଶ୍ରମିକ ସ୍ପେଶାଲ ଟ୍ରେନ୍‌ ଚଳାଯାଇ ଶ୍ରମିକଙ୍କୁ ନିଜ ନିଜର ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ଅଭିଯାନ ଆରମ୍ଭ ହୋଇଥିଲା। ହେଲେ ହିନ୍ଦୁସ୍ଥାନ ଟାଇମ୍ସ ପକ୍ଷରୁ ରେଲଓ୍ଵେ ସୁରକ୍ଷା  ବଳର ତଥ୍ୟକୁ ସମୀକ୍ଷା କରିବା ପରେ ଜଣା ପଡିଛି ଯେ, ମେ ୯ ରୁ ମେ ୨୭ରେ ଶ୍ରମିକ ସ୍ପେଶାଲ ଟ୍ରେନ୍‌ରେ ୮୦ ଜଣଙ୍କ ମୃତ୍ୟୁ ଘଟିଛି।  

ଶ୍ରମିକ ସ୍ପେଶାଲ ଟ୍ରେନ୍‌ ମେ ୧ରେ ଦେଶରେ ଚଳାଚଳ ଆରମ୍ଭ ହୋଇଥିଲା। ମେ ୨୭ ସୁଦ୍ଧା ୩,୮୪୦ ଟ୍ରେନ୍ ଚଳାଯାଇଛି। ଏଥିରେ ଲକ୍ଷାଧିକ ପ୍ରବାସୀ ଶ୍ରମିକ ନିଜ ଘରକୁ ଫେରି ପାରିଛନ୍ତି। ବୁଧବାର ଗତ କିଛି ଦିନରେ ଏହି ଟ୍ରେନ୍‌ରେ ନଅ ଜଣଙ୍କ ମୃତ୍ୟୁ ଘଟିଥିବା ଖବର ସାମ୍ନାକୁ ଆସିଥିଲା, ମାତ୍ର ରେଳ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ଯେ, ମୃତକଙ୍କ ମଧ୍ୟରେ ଅଧିକାଂଶ ପୁରୁଣା ରୋଗରେ ପୀଡିତ ଥିଲେ। ଚିକିତ୍ସା ପାଇଁ ସେମାନେ ସହରରେ ଥିଲେ। ଅନ୍ୟ କିଛି ରିପୋର୍ଟରେ କୁହାଯାଇଛି ଯେ, ଯାତ୍ରୀଙ୍କ ମୃତ୍ୟୁ ଥକାପଣ, ଗରମ ଏବଂ ଭୋକ ଉପାସରେ ଅଧିକ ସମୟ ରହିବାରୁ ଘଟିଛି।

କିନ୍ତୁ ଏହି ପରି ଅଧିକ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଖବର ସାମ୍ନାକୁ ଆସିବାରେ ଲାଗିଛି। ଆରପିଏଫର ଜଣେ ଅଧିକାରୀ କହିଛନ୍ତି ଯେ, ଏହା ଏକ ପ୍ରାରମ୍ଭିକ ତାଲିକା ଥିଲା। କିନ୍ତୁ ରାଜ୍ୟ ସହିତ ସମନ୍ଵୟ ପରେ ଶୀଘ୍ର ଅନ୍ତିମ ସୂଚି ଜାରି କରାଯିବ। ରେଳ ମନ୍ତ୍ରଣାଳର ମୁଖପାତ୍ର ୮୦ ଜଣଙ୍କ ମୃତ୍ୟୁ ବିଷୟରେ ପ୍ରଶ୍ନ ଉପରେ କହିଛନ୍ତି, ରେଲଓ୍ଵେ ବୋର୍ଡର ସଭାପତି ଏହି ସମ୍ବନ୍ଧରେ ପୂର୍ବରୁ ଉତ୍ତର ରଖି ସାରିଛନ୍ତି।

ଶୁକ୍ରବାର ଏକ ସାମ୍ଵାଦିକ ସମ୍ମିଳନୀରେ ରେଲଓ୍ଵେ ବୋର୍ଡର ସଭାପତି ଭିକେ ଯାଦବ କହିଛନ୍ତି, କାହାରି  ବି ମୃତ୍ୟୁରେ ବଡ କ୍ଷତି ଘଟିଥାଏ। ଭାରତୀୟ ରେଲଓ୍ଵେର ନିୟନ୍ତ୍ରଣ ପ୍ରଣାଳୀ ହେଉଛି, କେହି ଯାତ୍ରୀ ଯଦି ଅସୁସ୍ଥ ହୋଇ ପଡନ୍ତି ତେବେ ଟ୍ରେନ୍ ରୋକା ଯାଇ ରୋଗୀଙ୍କୁ ତୁରନ୍ତ  ହସ୍ପିଟାଲ ପଠାଇବାକୁ ଚେଷ୍ଟା କରାଯାଏ। ଏମିତିରେ ଅନେକ ଗର୍ଭବତୀ ମହିଳାଙ୍କୁ ଉତ୍ତମ ସେବା ପ୍ରଦାନ କରାଯାଇଛି। ମୁଁ ଏହି ପରିସ୍ଥିତିରେ ଯାତ୍ରା କରୁଥିବା ଶ୍ରମିକଙ୍କ ଦୁର୍ଦ୍ଦଶା ଜାଣି ପାରୁଛି। ଯେ କୌଣସି ମୃତ୍ୟୁ ମାମଲାରେ ସ୍ଥାନୀୟ କର୍ତ୍ତୃପକ୍ଷ ଯାଞ୍ଚ କରନ୍ତି।  ବିନା ଯାଞ୍ଚରେ ଆରୋପ ଲଗାଯାଉଛି ଯେ, ଭୋଜନ ଅଭାବରୁ ଯାତ୍ରୀ ଭୋକରେ ପ୍ରାଣ  ହରାଇଛନ୍ତି। କିଛି ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଆମେ ତଥ୍ୟ ସଂଗ୍ରହ କରି ଏହାର ଯାଞ୍ଚ କରୁଛୁ। କିନ୍ତୁ ଅଧିକାରୀ କେତେ ଜଣଙ୍କ ମୃତ୍ୟୁ ଘଟିଛି ସେ ନେଇ କୌଣସି ସଂଖ୍ୟା କହି ନାହାନ୍ତି।

ଏଚଟି ଦ୍ଵାରା ସମୀକ୍ଷା କରାଯାଇଥିବା ତଥ୍ୟ ଅନୁଯାୟୀ, ମେ ୯ ରୁ ମେ ୨୭ ପର୍ଯ୍ୟନ୍ତ ପୂର୍ବ ମଧ୍ୟ ଜୋନ, ପୂର୍ବୋତର ରେଲଓ୍ଵେ ଜୋନ୍, ନର୍ଥ ରେଲଓ୍ଵେ ଜୋନ ଓ ଉତ୍ତର ମଧ୍ୟ ରେଲଓ୍ଵେ ଜୋନ୍ ସହିତ ଅନେକ ଅଞ୍ଚଳରେ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି। ମୃତକଙ୍କ ବୟସ ୪ ବର୍ଷରୁ ୮୫ ବର୍ଷ ମଧ୍ୟରେ ରହିଛି। ଏହି ତାଲିକାରେ ଅସୁସ୍ଥ ଯାତ୍ରୀ ଓ ଦୁର୍ଘଟଣାଗ୍ରସ୍ତ ଯାତ୍ରୀଙ୍କ ତଥ୍ୟ ମଧ୍ୟ ସାମିଲ। କିନ୍ତୁ ମେ ୧ ରୁ ମେ ୮ ମଧ୍ୟର ତଥ୍ୟ ଉପଲବ୍ଧ  ନାହିଁ।

ତଥ୍ୟ ଅନୁଯାୟୀ ଇଷ୍ଟର୍ଣ୍ଣ ରେଲଓ୍ଵୋ ଜୋନ୍‌ରେ ୧୮ ଜଣଙ୍କ ମୃତ୍ୟୁ ଘଟିଛି। ସେହି ପରି ନର୍ଥ ସେଣ୍ଟ୍ରାଲ  ଜୋନ୍‌ରେ ୧୯ ଜଣ ଓ ଇଷ୍ଟ କୋଷ୍ଟ ରେଲଓ୍ଵେ ଜୋନ୍‌ରେ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ପାଖାପାଖି ୮୦ ପ୍ରତିସତ ଶ୍ରମିକ ସ୍ପେଶାଲ ଟ୍ରେନ୍ ଉତ୍ତର ପ୍ରଦେଶ ଓ ବିହାର ଯାତ୍ରା କରିଛି।

ରେଲଓ୍ଵେ ମନ୍ତ୍ରଣାଳୟ ନଅ ଜଣଙ୍କ ମୃତ୍ୟୁ ଖବରର ଉତ୍ତରରେ ଶୁକ୍ରବାର ସକାଳେ ଏକ ପ୍ରେସ୍‌ ବିବୃତ୍ତିରେ କହିଛି, ଭାରତୀୟ ରେଲଓ୍ଵେ ସମଗ୍ର ଦେଶରେ ଦୈନିକ ଆଧାରରେ ଶ୍ରମିକ ସ୍ପେଶାଲ ଟ୍ରେନ୍‌ ଚଳାଉଛି, ଯଦ୍ଵାରା ଏହା ସୁନିଶ୍ଚିତ ହୋଇ ପାରିବ ଯେ, ପ୍ରବାସୀ ଶ୍ରମିକ ନିଜ ଘରେ ପହଞ୍ଚି ପାରିବେ। ଏହା ଦେଖିବାକୁ ମିଳିଛି ଯେ, ପୂର୍ବରୁ ଅସୁସ୍ଥ ଅନେକ ଲୋକ ଟ୍ରେନ୍‌ରେ ଯାତ୍ରା କରିଛନ୍ତି। ଫଳରେ ସେମାନଙ୍କ ପାଇଁ କୋଭିଡ୍-୧୯ ସଂକ୍ରମଣର ବିପଦ ଅଧିକ ବଢି ଯାଇଛି। କିନ୍ତୁ ଦୁର୍ଭାଗ୍ୟବଶତଃ ଗୁରୁତର ସ୍ଥିତିରେ ଟ୍ରେନ୍‌ରେ ହିଁ ସେମାନଙ୍କର ମୃତ୍ୟୁ ଘଟିଛି।

   Related Posts